Latest Odisha News

BREAKING NEWS

ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମହୁରୀ ତାଲିମ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ: ମୟୁରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ସାଙ୍ଗକୁ ଏହାର ଅଧିକ ପ୍ରଚାର ପ୍ରସାର ସକାଶେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମହୁରୀ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।

ଗତ ୨୨ ତାରିଖ କାର୍ମଶାଳାରେ ଗତ ୪ ଦିନ ଧରି ବାରିପଦା ସହର ସମେତ ସଦର ଡିଭିଜନର ବିଭିନ୍ନ ଗ୍ରାମାଞ୍ଚଳ ଛଉ ନୃତ୍ୟ ଅନୁଷ୍ଠାନର ମହୁରୀ ବାଦକ ମାନେ ଅଂଶ ଗ୍ରହଣ କରିଥିଲେ। ଏହା ସାଙ୍ଗକୁ ଅନେକ ଯୁବକ ପ୍ରଥମ କରି ମହୁରୀ ବାଦନ ଶିକ୍ଷା ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମୟୁରଭଞ୍ଜ ଛଉ ନୃତ୍ୟୁରେ ବ୍ୟବହୃତ ହେଉଥିବା ବାଦ୍ୟଯନ୍ତ୍ର ମଧ୍ୟରେ ମହୁରୀ ସବୁଠୁ ଅଧିକ ଗୁରୁତ୍ଵ ବହନ କରିଥାଏ। ମାତ୍ର ବିଭିନ୍ନ କାରଣରୁ ଯୁବପିଢି ଏହାର ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଫଳରେ ଦିନକୁ ଦିନଜିଲ୍ଲାରବିଭିନ୍ନ ଛଉ ନୃତ୍ୟ ଅନୁଷ୍ଠାନ ଗୁଡିକ ନୃତ୍ୟ ପରିବେଷଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଏହି ଦିଗ ପ୍ରତି ଅଗ୍ରାଧିକାର ଦିଆଯାଇ ନୂତନ ମହୁରୀ ବାଦକ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି।

ଏହାସହ ବର୍ତ୍ତମାନ ମହୁରୀ ବାଦନ କରୁଥିବା ବାଦ୍ୟକାର ମାନଙ୍କର ସ୍ୱର ସଂଶୋଧନ ମଧ୍ୟ ଉକ୍ତ କର୍ମଶାଳାରେ ସଂଶୋଧନ କରାଯାଇଥିଲା। ରାଜ୍ୟର ଅନ୍ୟତମ ବଂଶୀ ତଥା ଶାହାନାୟୀ ଗୁରୁ ହିମାଂଶୁ କୁମାର ବିଧାର କର୍ମଶାଳାରେ ତାଲିମ ପ୍ରଦାନ କରିଥିଲେ। ଛଉ ନୃତ୍ୟ ଗୁରୁ ପାଗୁଳୁ ଜେନା ଓ ତ୍ରିଲୋଚନ ମହାନ୍ତ କାର୍ମଶାଳାର ପରିଚାଳନା କରିଥିଲେ।

Comments are closed.