Latest Odisha News

BREAKING NEWS

ଆଖିବୁଜିଲା କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆ

କଟକ: ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକାଳିଆ ମଧ୍ୟରୁ କାଳିଆର କଟକ ଏସସିବିରେ ଆଜି ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହୋଇଛି । ଆଜି ଆପରାହ୍ନରେ ସେ ଗୁରୁତର ହୋଇପଡିବାରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାର ଚିକିତ୍ସା କରୁଥିଲେ । କିନ୍ତୁ ସବୁ ଚେଷ୍ଟା ସତ୍ତ୍ବେ ସେ କିଛି ସମୟ ତଳେ ସେ ଆଖିବୁଜି ଦେଇଛି ।

ଦିଲ୍ଲୀ ଏମସରେ ସେମାନଙ୍କର ମୁଣ୍ଡ ଅଲଗା ହେବା ପରେ ପ୍ରାୟ ଦୁଇ ବର୍ଷ କାଳ ସେଠାରେ ଚିକିତ୍ସିତ ହେବା ପରେ ଗତ ସେପ୍ଟେମ୍ବର ମାସରେ ବାପା ମାଆଙ୍କ ସହ ଓଡିଶା ଫେରିଥିଲେ ଜଗାକାଳିଆ । ଓଡିଶା ଫେରିବା ପରେ ଏସସିବିରେ ସେମାନଙ୍କର ଚିକିତ୍ସା ହେଉଥିଲା ।

କନ୍ଧମାଳର ଯମଜ ଶିଶୁ ଜଗା କାଳିଆଙ୍କର ଜନ୍ମରୁ ମୁଣ୍ଡ ଯୋଡି ହୋଇଥିଲା । ଚଳପ୍ରଚଳରେ ଅସୁବିଧା ହେବା କାରଣରୁ ସରକାରଙ୍କ ସାହାଯ୍ୟ କ୍ରମେ ଦିଲ୍ଲୀ ଏମସ୍ ରେ ବିରଳ ଅସ୍ତ୍ରପଚାର କରି ସେମାନଙ୍କ ଯୋଡା ମୁଣ୍ଡକୁ ଅଲଗା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଅପରେସନ ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ ହୋଇଥିଲା । ଅପରେସନ ପ୍ରାୟ ୨୫ ଘଣ୍ଟା ଲାଗିଥିଲା । ଦ୍ବିତୀୟ ଅପରେସନଟି ଅକ୍ଟୋବର ୨୫ ତାରିଖରେ କରାାଇ ଦୁହିଁଙ୍କୁ ଅଲଗା କରାଯାଇଥିଲା । ଏଥି ପାଇଁ ପ୍ରାୟ ୨୦ ଘଣ୍ଟା ଲାଗିଥିଲା । ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ସେମାନଙ୍କର ଚିକିତ୍ସା କରିଥିଲେ ।

ଅପରେସନ ପରେ ଜଗା ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରିଥିଲା । କିନ୍ତୁ କାଳିଆ କ୍ଷେତ୍ରରେ ଜଗା ଭଳି ସେଭଳି ଉନ୍ନତି ପରିଲକ୍ଷିତ ହେଉ ନଥିଲା । ଶେଷରେ ଆଜି ସବୁ ଉଦ୍ୟମ ବିଫଳ ହୋଇଛି ।

Leave A Reply

Your email address will not be published.