Latest Odisha News

BREAKING NEWS

ଏଥର ହାତୀ ଟାଣିବ ରଥ ! ପ୍ରସ୍ତାବ ଦେଲେ ସୁଦ୍ଧ ସୁଆର ନିଯୋଗ

ପୁରୀ: ଏଥର ଶ୍ରୀକ୍ଷେତ୍ରରେ ହାତୀ ଟାଣିବେ ରଥ । ଏନେଇ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସୁଦ୍ଧ ସୁଆର ନିଯୋଗ । ମେସିନେ ରଥଟାଣିବା ପ୍ରସ୍ତାବକୁ ସେମାନେ ବିରୋଧ କରିଛନ୍ତି ।

ଏଥିସହ ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦେଇଛନ୍ତି । ତାଲିକାରୁ ୬୦ବର୍ଷରୁ ଅଧିକ ଓ ୧୮ବର୍ଷରୁ କମ ବୟସର ସେବାୟତଙ୍କୁ ବାଦ ଦିଆଯାଇଛି । ଏହା ପୂର୍ବରୁ ରଥଯାତ୍ରା ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ମେସିନ କିମ୍ବା ହାତୀ ଲଗାଇ ରଥ ଟାଣିପାର ବୋଲି ମତ ଦେଇଥିଲେ ।

ରଥଯାତ୍ରା ଆୟୋଜନ ବେଳେ ଗୁରୁତ୍ୱପୂର୍ଣ୍ଣ ହେଉଛି ରଥଟଣା । ବହୁ ସଂଖ୍ୟକ ବ୍ୟକ୍ତିଙ୍କୁ ରଥଟଣାରେ ନିୟୋଜନ କରିବା ବଦଳରେ ଏଥିରେ ମେସିନ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସଂପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.