Latest Odisha News

BREAKING NEWS

ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ୫୯ଟି ପିଟିସନର ଶୁଣାଣି ନେଇ ଅଦାଲତ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି ।

ନାଗରିକତା ସଂଶୋଧନ ଆଇନର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ ବୋଲି ଅଦାଲତ ଜଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ନ୍ୟାୟାଧୀଶ ଏସ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣୀ କରିଛନ୍ତି । ଆସନ୍ତା ଜାନୁଆରୀ ୨୨ ତାରିଖକୁ ପରବର୍ତ୍ତୀ ଶୁଣାଣୀର ତାରିଖ ଧାର୍ଯ୍ୟ କରିଛନ୍ତି ଅଦାଲତ ।

ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଯେଉଁ ୫୯ଟି ପକ୍ଷ ତରଫରୁ ପିଟିସନ ଦାଏର ହୋଇଛି ସେଥି ମଧ୍ୟରେ ରହିଛନ୍ତି ମହୁଆ ମୈତ୍ର, ଜୟରାମ ରମେଶ, ଆରଜେଡ଼ି, ଇଣ୍ଡିଆନ ମୁସଲିମ୍ ଲିଗ, ଅଲ ଆସାମ ଷ୍ଟୁଡ଼େଣ୍ଟସ ୟୁନିୟନ, ଜମିଆତ ଉଲେମା ଏ ହିନ୍ଦ, ଅଲ ଇଣ୍ଡିଆ ମଜଲିସ ଏ ଇତ୍ତେହାଦୁଲ ମୁସଲିମ ର ଆସାଦୁଦିନ ଓଏସି ପ୍ରମୁଖ ।

Leave A Reply

Your email address will not be published.