Latest Odisha News

BREAKING NEWS

କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ

ବାଲେଶ୍ଵର: କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ବାଲେଶ୍ଵର ଏସପି, ଏଏସଆଇ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲାରେ କିଛିଦିନ ତଳେ ଏକ ନାବାଳିକା ଅପହରଣ ଘଟିଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫକରି ଆଣବା ବେଳେ ସେ ବାହାନା କରି ଖସି ଫେରାର ହୋଇଯିବାରେ ସଫଳ ହୋଇଛି।

ଏନେଇ ଚାରିଆଡ଼ୁ ସମାଲୋଚନା ହେବା ପରେ ଏସପି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

ତେବେ ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀମାନ ହେଉଛନ୍ତି କମର୍ଦ୍ଦାଥାନା ଏଏସଆଇ ଭକ୍ତହରି ପଟ୍ଟନାୟକ, ହାବିଳଦାର ଅରୁଣ ଧଳ ଓ ମହିଳା କନେଷ୍ଟବଳ ମମତା ପାତ୍ର ।

Leave A Reply

Your email address will not be published.