Latest Odisha News

BREAKING NEWS

ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ବନ୍ଦ ଡାକରା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିର  ପ୍ରତ୍ୟାହାର ଦାବିରେ ଓଡ଼ିଶା ବନ୍ଦ ଡାକରା । ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ପାର୍ଟି ରାଜ୍ୟ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି କ୍ରାଉନ ହୋଟେଲ ନିକଟ NH ରାସ୍ତା କୁ ଦୀର୍ଘ ୨ ଘଣ୍ଟା ଧରି ସମସ୍ତ ଗାଡି ବନ୍ଦ କରାଯାଇଥିଲା।

କେନ୍ଦ୍ରର ମୋଦି ନେତୄତ୍ଵାଧିନ ଆର୍ ଏସ୍ ଏସ୍ ଓ ବିଜେପି ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଲଗାତାର ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ଉପରେ ଦରବୃଦ୍ଧିର ବୋଝକୁ ଲଦି ଚାଲିଛନ୍ତି । ବିଶେଷ କରି କୃଷି, ଯାତ୍ରୀ ଓ ମାଲ୍ ପରିବହନରେ ପ୍ରମୁଖ ଇନ୍ଧନ ରୂପେ ପରିଚିତ ଡିଜେଲର ଦରବୃଦ୍ଧି କୂଷିର ଉତ୍ପାଦନ ଖର୍ଚ୍ଚକୁ ବଢାଇବା ସହିତ ବଜାରର ପ୍ରାୟ ସମସ୍ତ ଜିନିଷକୁ ମହଙ୍ଗା କରିଦେଇଛି ।

ଫଳସ୍ୱରୂପ ଡାଲି, ଖାଇବା ତେଲ ଭଳି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ଇତି ମଧ୍ୟରେ ଅହେତୁକ ଭାବେ ବୃଦ୍ଧି ଘଟିଛି। କରୋନା ମହାମାରୀ ଓ ଲକଡାଉନ୍ ଫଳରେ ସାଧାରଣ ଜନତା ନିଜର ରୋଜଗାର ଓ ବ୍ୟବସାୟ ହରାଇ ଅତ୍ୟନ୍ତ ଦୁର୍ଦ୍ଦଶାର ଶୀକାର ହୋଇଥିବା ବେଳେ ଦରବୃଦ୍ଧିର ଏହି ବୋଝ ସାଧାରଣ ମଣିଷର ଜୀବନକୁ ଦୁର୍ବିସହ କରିଦେଇଛି ।

ଦେଶରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର ଲଗାତାର ମିଛ କହି ନିଜର ଜନବିରୋଧି କାମକୁ ଲୁଚାଇବାକୁ ଚେଷ୍ଟା କରି ଆସିଛନ୍ତି । ନିଷ୍ପତ୍ତି ତ କେତେବେଳେ ରାଜକୋଷର ନିଅଣ୍ଟ ଭରଣା କଥା କହି ଦର ବଢେଇବାକୁ ଯଥାର୍ଥ ବୋଲି କହିଛନ୍ତି ।

Leave A Reply

Your email address will not be published.