ବ୍ରହ୍ମପୁର:ଗଞ୍ଜାମ ଜିଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ କନିଷି ତହସିଲଦାର ଅପଶଦ୍ଦ କହିବା ପ୍ରତିବାଦରେ ଶତାଧିକ ବିଜେପି କର୍ମୀଙ୍କ ସମେତ ନିଜେ ବିଜେପି ସଭାପତି ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶେଷରେ ଦୁଇଟି ଫାଟକରେ ତାଲା ଢୁଙ୍କି ଚାଲିଯିବା ସହ କନିଷି ତହସିଲଦାରଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଗୁରୁବାର ସକାଳ ୯ ଟା ବେଳେ ଜିଲା ସଭାପତି ଶ୍ରୀ ଜେନା, କନିଷି ତହସିଲଦାର ପ୍ରଳୟନାଥ ଶତପଥୀଙ୍କ ସହ ଫୋନରେ ହୋଇଥିଲେ। କନିଷି-ତୁଳୁ ରୋଡରେ ଜବରଦଖଲକାରୀଙ୍କୁ ଉଛେଦ ନିମନ୍ତେ ଦିଆଯାଇଥିବା ନୋଟିସର ସମୟ ସିମା ଶେଷ ହୋଇଯାଇଥିବା ବେଳେ କଣ କାର୍ଯାନୁଷ୍ଠାନ ଗ୍ରହଣ କଲେ ବୋଲି ପ୍ରଶ୍ନ କରିଥିଲେ। ଏଥିରେ ତହସିଲଦାର ଶ୍ରୀ ଶତପଥୀ ଉତକ୍ଷିପ୍ତ ହୋଇ ‘ତୋ ରଙ୍ଗ ଛଡେଇ ଦେବି ବୋଲି କହିବା ସହ ମୁ ମାଜିଷ୍ଟ୍ରେଟ ତତେ ଦେଖିଦେବି’ ବୋଲି କହିଥିବା ଜେନା ଅଭିଯୋଗ କରିଛନ୍ତି। ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଏହା ସହ ତହସିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହା ପରେ ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ ଟା ବେଳେ ବିଜେପିର ଶତାଧିକ କର୍ମୀ ଓ ନିଜେ ଜିଲା ସଭାପତି ଶ୍ରୀ ଜେନା କନିଷି ତହସିଲ ଠାରେ ପହଞ୍ଚିଥିଲେ। ତହସିଲଦାର ଶ୍ରୀ ଶତପଥୀ ନିଜ କାର ଯୋଗେ ଚାଲିଯିବାକୁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରି ବିଜେପି କର୍ମୀମାନେ କାର ସମ୍ମୁଖରେ ବସିରହି ବିରୋଧ କରିଥିଲେ। ପରିସ୍ଥିତି ଉତ୍ତେଜନା ମୂଳକ ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ତହସିଲଦାର ଶ୍ରୀ ଶତପଥୀ ଙ୍କୁ ଏସକର୍ଟ କରି କାରରୁ ଓହ୍ଲାଇ କାର୍ଯ୍ୟାଳୟ ପରିସରକୁ ନେଇଯାଇଥିଲେ।
ଏ଼ଇ ଘଟଣାକୁ ବିରୋଧ କରି କର୍ମୀ ମାନେ ତହସିଲ କାର୍ଯ୍ୟାଳୟରେ ଧସେଇ ପସିବାକୁ ଚେଷ୍ଟା କରିବା ପୁଲିସ ପକ୍ଷରୁ ବନ୍ଦ ରଖାଯାଇଥିବା। ମୁଖ୍ୟ ଫାଟକକୁ ଠେଲି ଖୋଲି ଦେଇ କାର୍ଯ୍ୟାଳୟ ପରିସରକୁ ପସିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା। ଏହାପରେ କର୍ମୀଙ୍କ ସମେତ ଶ୍ରୀ ଜେନା କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଅପରାହ୍ନ ପ୍ରାୟ ୩ ଟା ପର୍ଯ୍ୟନ୍ତ ତହସିଲଦାର ଶ୍ରୀ ଶତପଥୀ ବିକ୍ଷୋଭ କାରୀଙ୍କ ନିକଟକୁ ଆସି କ୍ଷମା ନମାଗିବାରୁ କର୍ମୀ ମାନେ କାର୍ଯ୍ୟାଳୟ ଓ ମୁଖ୍ୟ ଫାଟକରେ ତାଲା ପକାଇ ଚାଲି ଯାଇଥିଲେ। ପରେ ସେଠାରେ ଉପସ୍ଥିତ ଥିବା ପୁଲିସ ତାଲା କାଟିଥିଲା। ଅନ୍ୟ ପଟେ ତହସିଲଦାରଙ୍କୁ ଶ୍ରୀ ଜେନା ଫୋନରେ ଧମକ ଦେବା ଏବଂ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କାରକୁ ଅଟକ ରଖିବା ନେଇ ନେଇ ଗୋଳନ୍ଥରା ଥାନାରେ ୨ ଟି ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ଶ୍ରୀ ଶତପଥୀ। ଏହାକୁ ଆଧାର କରି ପୁଲିସ ପକ୍ଷରୁ ୪୨୮/୨୨ ଓ ୪୨୯/୨୨ ରେ ଦୁଇଟି ମାମଲା ରୁଜୁ କରାଯାଇଛି। ସେହିପରି ଶ୍ରୀ ଜେନା ଙ୍କ ପକ୍ଷରୁ ତହସିଲଦାର ଶ୍ରୀ ଶତପଥୀଙ୍କ ବିରୋଧରେ ଦିଆଯାଇଥିବା ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୩୦/୨୨ ରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣା ନେଇ ତହସିଲଦାର ଶ୍ରୀ ଶତପଥୀ କୌଣସି ମତାମତ ଦେଇନାହାନ୍ତି।
BREAKING NEWS
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
Comments are closed.