ପୁରୀ: ସିଂହଦ୍ୱାର ସମ୍ମୁଖରେ ନିର୍ମାଣଧିନ ସୂଚନା କେନ୍ଦ୍ରକୁ ବିରୋଧ । ସିଂହଦ୍ୱାର ସମ୍ମୁଖରେ ସୂଚନା କେନ୍ଦ୍ର ରହିଲେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେବ ବୋଲି ଅଭିଯୋଗ ଆଣିଛନ୍ତି ସୂଚନାଧିକାରକର୍ମୀ ଦିଲୀପ ବରାଳ । ଶ୍ରୀମନ୍ଦିର ଚୌହଦୀ ର ୧୦୦ ମିଟର ଭିତରେ କୌଣସି ନିର୍ମାଣ ପାଇଁ ଏଏସଆଇ ଅନୁମତି ଆବଶ୍ୟକ ରହିଥିବାବେଳେ, ବିନା ଅନୁମତିରେ ଏହି ନିର୍ମାଣ କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ଦିଲୀପ ।
ସିଂହଦ୍ୱାର ସୋନ୍ଦର୍ଯ୍ୟ ନଷ୍ଟ ହେବାସହ ଏହି ନିର୍ମାଣ ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର ହୋଇଥିବା ଛାଉଣୀ ମଠ ର ମଧ୍ୟ ସୌନ୍ଦର୍ଯ୍ୟ ନଷ୍ଟ ହେବ ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହିତ ଏହି ନିର୍ମାଣ ଯୋଗୁଁ ବ୍ୟାରିକେଡ଼ ବାହାରେ ରହି ପତିତପାବନ ଦର୍ଶନ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ଅସୁବିଧା ହେବ ।
ବାଗଡିଆ ମଠ ନିକଟରେ ଏକ ସୂଚନା କେନ୍ଦ୍ର ରହିଥିବା ବେଳେ ଆଉ ଏହାର ଆବଶ୍ୟକ ନାହିଁ ବୋଲି ସେ କହିବା ସହ ତୁରନ୍ତ ଏହାକୁ ବନ୍ଦ କରିବାକୁ ସେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକଙ୍କୁ ଦାବି ଜଣାଇଛନ୍ତି । ସେପଟେ ଯାହା ବି ହୋଇଛି ପରିଚାଳନା କମିଟି ର ନିଷ୍ପତ୍ତି ଅନୁସାରେ ହୋଇଛି ଏବଂ ପରବର୍ତ୍ତୀ ସମୟରେ ଦରଖାସ୍ତ କୁ ବିଚାର କରାଯିବ କହିଛନ୍ତି ଜିଲ୍ଲାପାଳ ।
Comments are closed.