ବାମରା: ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଅଟକୁ ନାହିଁ ଏକ୍ସପ୍ରେସ୍ ଟ୍ରେନ୍। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କିଛି ଫଳ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ବାମରା ରେଳ ଷ୍ଠେସନର ଟ୍ରେନ୍ ଲାଇନ୍ରେ ବସି ଧାରଣା ଦେବା ସହ ସକାଳ ୬ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ଲୋକ୍ ଡାକରା ଦିଆଯାଇଛି।
ପୂର୍ବରୁ ଏଠାରେ ସ୍ଥିତ ସ୍ୱାଭାବିକ ଥିଲା। ହେଲେ କରୋନା ପରେ ବାମରା ଷ୍ଟେସନରେ କିଛି ଟ୍ରେନ୍ର ରହଣୀକୁ ରଦ୍ଦ କରାଯାଇଥିଲା। ଏବେ ସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ପୂର୍ବ ଭଳି ଟ୍ରେନ୍ ସେବା ଆରମ୍ଭ ହୋଇନି। ପୂର୍ବରୁ ଏହି ଷ୍ଟେସନ୍ରେ ୧୨ଟି ଟ୍ରେନ୍ ରହୁଥିବା ବେଳେ ଏବେ ମାତ୍ର ୩ଟି ଟ୍ରେନ୍ ଅଟକୁଛି।
ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ ଏହାର ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ରେଳ ରୋକ ଡାକରା ଦିଆଯାଇଛି। ଆନ୍ଦୋଳନରେ ପୂର୍ବ ଭଳି ସବୁ ଟ୍ରେନ୍ ବାମରା ଷ୍ଟେସନରେ ଅଟକୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ଆନ୍ଦୋଳନରେ ଶତାଧିକ ପୁରୁଷ ଓ ମହିଳା ବାମରା ଷ୍ଟେସନ ରେଳ ଧାରଣାରେ ବସିଛନ୍ତି। ବାତିଲ୍ ହୋଇଥିବା ୬ଟି ଟ୍ରେନର ଷ୍ଟେସନ୍ରେ ପୁନଃରହଣି, ୪ ପୁରୁଣା ଟ୍ରେନ ଓ ୨ ନୂଆ ଟ୍ରେନର ରହଣୀ ପାଇଁ ଦାବୀ କରିଛନ୍ତି ଆନ୍ଦୋଳନକାରୀ।
ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସ, ଧାନବାଦ ଏଲିପି ଏକ୍ସପ୍ରେସ, ସମ୍ବଲପୁର ଜମ୍ବୁତାବି ମୁରି ଏକ୍ସପ୍ରେସ, ହାୱାଡା ଟିଟିଲାଗଡ଼ ସୁପରଫାଷ୍ଟ ଇସ୍ପାତ ଏକ୍ସପ୍ରେସ, ହାୱାଡା କୁର୍ଲା ଏକ୍ସପ୍ରେସ, ଟାଟା ବିଲାସପୁର ଏକ୍ସପ୍ରେସ, ପୁରୀ ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ, ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ରାଜେନ୍ଦ୍ର ନଗର ଦୁର୍ଗ ଏକ୍ସପ୍ରେସ, ହାୱାଡା–ଅହମଦାବାଦ ସୁପରଫାଷ୍ଟ ଇସ୍ପାତ ଏକ୍ସପ୍ରେସ, ରାଉରକେଲା ଜଗଦଲପୁର କୋରାପୁଟ ଏକ୍ସପ୍ରେସ, ସମ୍ବଲପୁର ବନାରସ ଏକ୍ସପ୍ରେସ ବାମରା ଷ୍ଟେସନ୍ରେ ରହୁ।
ଶତାଧିକ ପୁରୁଷ ଓ ମହିଳା ଆନ୍ଦୋଳନ କରୁଥିବାରୁ ଆଇନ ଶୃଙ୍ଖଳା ବଜାଇ ରଖିବାକୁ ଘଟଣା ସ୍ଥଳରେ ୨ ପ୍ଲାଟୁନ ଜିଆରପି, ୨ପ୍ଲାଟୁନ ଆରପିଏଫ ସହିତ ସ୍ଥାନୀୟ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା ରେଳ ବିଭାଗ ପକ୍ଷରୁ ଝାରସୁଗୁଡା ଏଆରଏମ, ଚକ୍ରଧରପୁର ଏସିଏମ ଓ ଏଓଏମ ଉପସ୍ଥିତ ଅଛନ୍ତି।
Comments are closed.