Latest Odisha News

BREAKING NEWS

ବିଦାୟକାଳୀନ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରିଲେ ସାନିଆ

ଦୁବାଇ: ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି । ଏଥିସହ ତାଙ୍କ କ୍ୟାରିୟରର ସମାପ୍ତି ଘଟିଛି । ଦୁବାଇ ଟେନିସ ଚାମ୍ପିୟନଶିପରେ ସେ ଓ ତାଙ୍କ ଆମେରିକାନ ସାଥୀ ମ୍ୟାଡିସନ କିଜ ରୁଷିଆର ଭେରେନିକା କୁଦେରମେଟୋଭା ଓ ଲ୍ୟୁଡମିଲା ସ୍ୟାମସୋନୋବୋଙ୍କ ନିକଟରୁ ୬-୪ ଓ ୬-୦ ସେଟରେ ହାରି ଯାଇଥିଲେ । ୩୬ ବର୍ଷୀୟା ସାନିଆ ଏକ ମାସ ତଳେ ତାଙ୍କ ଅବସର ଘୋଷଣା କରିଥିଲେ । ଦୁବାଇରେ ସେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ ବୋଲି କହିଥିଲେ ।

ସାନିଆ ତାଙ୍କ ସ୍ୱର୍ଣ୍ଣିମ କ୍ୟାରିୟରରେ ୬ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତି ସାରିଛନ୍ତି । ଏହା ମଧ୍ୟରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ସାମିଲ । ୨୦୧୬ରେ ସେ ତାଙ୍କ କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଜିତିଥିଲେ । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଅର୍ଜୁନ ପୁରସ୍କାର, ପଦ୍ମଶ୍ରୀ ସମ୍ମାନ, ରାଜୀବ ଗାନ୍ଧୀ ଖେଳରତ୍ନ ଓ ପଦ୍ମଭୂଷଣ ସମ୍ମାନ ପାଇ ସାରିଛନ୍ତି ।

Leave A Reply

Your email address will not be published.