Latest Odisha News

BREAKING NEWS

ପୁରୀରେ ଗର୍ଜିଲା ମହିଳା ବିଜେପି

ପୁରୀ: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ନୀତି ଗ୍ରହଣ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା।ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ସ୍ଥାନୀୟ ଟାଉନ ହଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ମହିଳା ମୋର୍ଚ୍ଚାର କର୍ମୀମାନେ ଅଫିସ ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ସେମାନଙ୍କୁ ଭିତରକୁ ପ୍ରବେଶ କରାଇ ଦେଇନଥିଲା।ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଶତାଧିକ ମହିଳା। ମହିଳା ମୋର୍ଚ୍ଚାର ଅଭିଯୋଗ ମିଶନ ଶକ୍ତିରେ ସାମିଲ ହୋଇଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀକୁ ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନାରେ ଦିଆଯାଉଥିବା ସହାୟତା ରାଶି ପ୍ରଦାନ କରାଯାଉନାହିଁ।

ସାଧାରଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।ବିଜେଡି ଦଳକୁ ସମର୍ଥନ କରୁଥିବା ମିଶନ ଶକ୍ତି ତଥା ମହିଳା ମହାସଂଘର ସ୍ଵଂୟ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଋଣ ତଥା ଅନ୍ୟାନ୍ୟ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ କୌଣସି ରାଜନୀତି ହେବା ଉଚିତ ନୁହେଁ।ସବୁ ସ୍ଵଂୟ ସହାୟକ ଗୋଷ୍ଠୀକୁ ସମାନ ଦୃଷ୍ଟିରେ ଦେଖିବାକୁ ଦାବି କରିଛି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଘେରାଉ ସମୟରେ କାର୍ଯ୍ୟାଳୟକୁ ଆସିଥିବା ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଫେରି ଯାଇଥିଲେ।ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହ ବିଜେପି ମହିଳା ମୋର୍ଚ୍ଚାର ସମସ୍ତ ନେତ୍ରୀ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave A Reply

Your email address will not be published.