Latest Odisha News

BREAKING NEWS

ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପ୍ରାଚୀ ପରିକ୍ରମା ଚାରିଟେବୁଲ୍‌ ନ୍ୟାସ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ରାଜ୍ୟ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ଆଲୋଚନା ଚକ୍ରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ବରିଷ୍ଠ କ୍ରିୟାଯୋଗ ଗୁରୁ ସ୍ୱାମୀ ସମର୍ପଣା ନନ୍ଦ ମୁଖ୍ୟ ଅତିଥି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମ୍ମାନିତ ଅତିଥି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳ ସଚିବ ଅନାମିକା ଅଧିକାରୀ ଯୋଗ ଦେଇ, ପ୍ରାଚୀନ ଓଡ଼ିଶାର ସଂସ୍କୃତି ସହ ପ୍ରାଚୀ ନଦୀକୁ ନେଇ ଯେଉଁ ଗୌରବମୟ ସଭ୍ୟତା ବିକଶିତ ହୋଇଥିଲା ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଏହି ଆଲୋଚନାଚକ୍ରର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ ଅତିଥି ପରିଚୟ ଦେବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ସଂଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱ ସୁନୀଲ ପଟ୍ଟନାୟକ, ଶ୍ରୀଚରଣ ଦାସ, ହଂସନାଥ ସାହୁ, ତ୍ରିଲୋଚନ ମିଶ୍ର, ଶ୍ରୁତି ମହାପାତ୍ର ଓ ସମାଜସେବୀ ତନ୍ମୟୀ ସାହୁ ପ୍ରମୁଖ ପ୍ରାଚୀ ନଦୀର ଐତିହାସିକତା ଓ ଏଥି ସହ ଜଡିତ ପ୍ରାଚୀନ ଧର୍ମ ଓ ସଂସ୍କୃତି ସମ୍ପର୍କରେ ବହୁ ଐତିହାସିକ ତଥା ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରି ଓଡିଶାର ଏହି ମହାନ ସଭ୍ୟତା ଓ ସାଂସ୍କୃତିକ ଇତିହାସ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ସହକାରୀ ଆଶିଷ ମହାପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.