ଝାରସୁଗୁଡା: ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଝାରସୁଗୁଡା ସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ୍) ପ୍ଲାଣ୍ଟ ନିକଟରେ କର୍ମଚାରୀ, ଠିକା କର୍ମଚାରୀ, ସ୍ଥାନୀୟ ବିକ୍ରେତା ଏବଂ ଛୋଟ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଲୋକ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୁପ୍ରିମକୋର୍ଟ ମେ ୨ ତାରିଖରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ୍)ରେ ଜେଏସଡବ୍ଲୁ ଷ୍ଟିଲ୍ର ୧୯,୭୦୦ କୋଟି ଟଙ୍କାର ରେଜୋଲେସନ ପ୍ଲାନକୁ ରଦ୍ଦ କରିବା ପରେ ବୁଧବାର ଦିନ କମ୍ପାନୀ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।
ବିପିଏସଏଲ ସହିତ ଜଡିତ ପ୍ରାୟ ୧୯,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମଚାରୀ ସେମାନଙ୍କ ଜୀବିକା ହରାଇପାରନ୍ତି ବୋଲି ପ୍ରତିବାଦକାରୀମାନେ ଆଶଙ୍କା ପ୍ରକାଶ କରିଥିଲେ। ବିକ୍ଷୋଭକାରି ମାନଙ୍କ ମଧ୍ୟରୁ ଅନେକ ଦଶନ୍ଧିରୁ ଅଧିକ ସମୟ ଧରି ବିପିଏସଏଲ ସହିତ ଜଡିତ। ତେବେ ସୁପ୍ରିମକୋର୍ଟଙ୍କ ମେ ୨ ତାରିଖର ରାୟ ପରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଥିବା ନେଇ କର୍ମଚାରୀ ପ୍ରକାଶ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ଏବଂ ଷ୍ଟେକହୋଲ୍ଡର ମାନେ ଏହି ନିଷ୍ପତ୍ତିକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ ଏବଂ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଥିଲେ। ତେବେ ଥେଲକୋଲୋଇର ସରପଞ୍ଚ ଅବନ୍ତୀ ନାୟକ କହିଛନ୍ତି, “ଏହି ରାୟ ସମଗ୍ର ଜିଲ୍ଲାରେ ବ୍ୟାପକ ଚିନ୍ତା ସୃଷ୍ଟି କରିଛି। କାରଣ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଏବଂ ସୋସିଆଲ କଣ୍ଟରିବୁଟର ଭାବରେ ରହିଆସିଛି। ବିପିଏସଏଲ୍ କାରଖାନା କେବଳ ନିଯୁକ୍ତି ପ୍ରଦାନ କରେ ନାହିଁ ବରଂ ହଜାର ହଜାର ଚାକିରି, କ୍ଷୁଦ୍ର ବ୍ୟବସାୟ ଏବଂ କମ୍ୟୁନିଟି ପଦକ୍ଷେପକୁ ସମର୍ଥନ କରିଥାଏ।
Comments are closed.