Latest Odisha News

BREAKING NEWS

ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ଗତକାଲି ରାତିରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନ ଥିବା ଛାତ୍ରଛାତ୍ରୀ ମାନେ ଆଜି ଭଦ୍ରକ ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି । ପୂର୍ବରୁ ସ୍ୱଛତାର ସହ ପରୀକ୍ଷା କରାଯାଇଥିବା ନେଇ ଭଦ୍ରକ ଏସପି ସୂଚନା ଦେଇଥିବା ବେଳେ, ଆଜି ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷାରେ ନିଯୁକ୍ତିରେ ସ୍ୱଛତା ହୋଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ।

ଲିଖିତ ଓ ମୌଖିକ ପରୀକ୍ଷାରେ ସମସ୍ତ ପ୍ରକାର ପରୀକ୍ଷା ଦେବା ପରେ ଆମ ମାନଙ୍କର ନାମ ଲିଷ୍ଟରେ ନାହିଁ, ଯେଉଁ ମାନେ ଏହି ଲିଖିତ ଓ ମୌଖିକରେ ଲିଷ୍ଟ ନ ଥିଲା ସେମାନେ କିପରି ନିଯୁକ୍ତି ପାଇଲେ ବୋଲି ଅଭିଯୋଗ କରିଛନ୍ତି ଆଶାୟୀ ଛାତ୍ରଛାତ୍ରୀ ମାନେ । ସେମାନେ ଦାବି କରିଛନ୍ତି ଏହି ନିଯୁକ୍ତିକୁ ରୋକ ଲଗାଯାଇ ସଠିକ ଭାବେ ପୂର୍ଣ୍ଣବାର ନିଯୁକ୍ତି କରାଯାଉ । ଅନ୍ୟପଟେ ଭଦ୍ରକ ଏସପି ମନୋଜ କୁମାର ରାଉତ ସୂଚନା ମାଧ୍ୟମରେ କହିଛନ୍ତି, ଏହି ପରୀକ୍ଷାରେ କୌଣସି ପାତର ଅନ୍ତର କାହାରିକୁ କରାଯାଇ ନାହିଁ, ସମ୍ପୂର୍ଣ ସ୍ୱଛତାର ସହ ଏହି ପରୀକ୍ଷା କରାଯାଇ ନିଯୁକ୍ତି ପାଇଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଯଦି ଦରକାର ପଡ଼େ RTI ମାଗିଲେ Tl ଦିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.