ପୁରୀ : ଥମୁନି ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ପରାଗ ଓ ଗ୍ରହଣରେ ଚିକେନ ବିରିୟାନୀ ଖାଇବା ପରେ ପରେ ରାଜଧାନୀ ସହିତ ବ୍ରହ୍ମପୁରରେ ବି ବିଶୃଙ୍ଖଳାର ଚରମ ସୀମାରେ ପହଞ୍ଚିଥିଲା ମାମଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବେ କୁହୁଳିବାରେ ଲାଗିଛି । ପୁରୀରେ ବି ହେତୁବାଦୀ-ପରମ୍ପରାବାଦୀ ବିବାଦର ବହ୍ନି ଜଳିଛି ।
ହେତୁବାଦୀ ମହାପ୍ରଭୁଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛି ଶ୍ରୀଜଗନ୍ନାଥ ସେନା । ଏନେଇ ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାବୀପତ୍ର ମଧ୍ୟ ଦିଆଯାଇଛି । ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି ଓ ହିନ୍ଦୁ ଧର୍ମକୁ କୁଠାରଘାତ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦାୟର କରୁ ବୋଲି ସେନା ଦାବୀ କରିଛି ।
Comments are closed.