Latest Odisha News

BREAKING NEWS

ଷ୍ଟେନୋଗ୍ରାଫର ନିଯୁକ୍ତି ଲାଗି UPSCର ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ ସର୍ଭିସ କମିଶନ (UPSC) ପକ୍ଷରୁ ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗ୍ରହୀ ଆଶାୟୀ ବିଭାଗୀୟ ୱେବସାଇଟ୍ upsc.gov.inରେ ଆବେଦନ କରି ପାରିବେ । ଆବେଦନର ଶେଷ ତାରିଖ ହେଉଛି ନଭେମ୍ବର ୨୯, ସନ୍ଧ୍ୟା ୬ଟା ।

ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଲାଗି ଅନଲାଇନରେ UPSC ୱେବସାଇଟରେ ଆବେଦନ କରିବାକୁ ପଡ଼ିବ । ଯେଉଁ ଆଶାୟୀ UPSC ପୋର୍ଟାଲରେ ପୂର୍ବରୁ ପଞ୍ଜିକରଣ କରିନଥିବେ ସେମାନେ ୱାନ୍ ଟାଇମ୍ ରେଜିଷ୍ଟ୍ରେସନ୍ କରିବେ । ପଞ୍ଜିକରଣ ପରେ ଆବେଦନ ପତ୍ର ପୂରଣ କରିବେ ।

ଏଥି ଲାଗି ୯ ନଭେମ୍ବରରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ୨୯ ନଭେମ୍ବର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଅନଲାଇନ୍ ଆବେଦନ ପରେ ଆବେଦନକାରୀଙ୍କୁ ଆବେଦନର ନକଲର ପ୍ରିଣ୍ଟ ୨୯ ତାରିଖ ସୁଦ୍ଧା କାଢ଼ିବେ । ପ୍ରିଣ୍ଟ ଆଉଟକୁ ୨୦୨୨ ଡିସେମ୍ବର ୧୫ ତାରିଖ ସୁଦ୍ଧା UPSC ଠିକଣା- ଧୋଲପୁର ହାଉସ୍, ଶାହାଜାହନ ରୋଡ୍, ନୂଆଦିଲ୍ଲୀ-୧୧୦୦୬୯ରେ ପଠାଇବାକୁ ପଡ଼ିବ ।

Leave A Reply

Your email address will not be published.