Latest Odisha News

BREAKING NEWS

ହେତୁବାଦୀଙ୍କ ମନ୍ତବ୍ୟ ବିରୋଧରେ ତାତିଲା ଶ୍ରୀଜଗନ୍ନାଥ ସେନା

ପୁରୀ : ଥମୁନି ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ପରାଗ ଓ ଗ୍ରହଣରେ ଚିକେନ ବିରିୟାନୀ ଖାଇବା ପରେ ପରେ ରାଜଧାନୀ ସହିତ ବ୍ରହ୍ମପୁରରେ ବି ବିଶୃଙ୍ଖଳାର ଚରମ ସୀମାରେ ପହଞ୍ଚିଥିଲା ମାମଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବେ କୁହୁଳିବାରେ ଲାଗିଛି । ପୁରୀରେ ବି ହେତୁବାଦୀ-ପରମ୍ପରାବାଦୀ ବିବାଦର ବହ୍ନି ଜଳିଛି ।

ହେତୁବାଦୀ ମହାପ୍ରଭୁଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ତୀବ୍ର ନିନ୍ଦା  କରିଛି ଶ୍ରୀଜଗନ୍ନାଥ ସେନା  । ଏନେଇ ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାବୀପତ୍ର ମଧ୍ୟ ଦିଆଯାଇଛି । ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି  ଓ ହିନ୍ଦୁ ଧର୍ମକୁ କୁଠାରଘାତ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦାୟର କରୁ ବୋଲି ସେନା ଦାବୀ କରିଛି ।

Leave A Reply

Your email address will not be published.