Latest Odisha News

ଉଚ୍ଛେଦ ହୋଇପାରିବନି ଆରଏମସି ପରିବା ମାର୍କେଟ: ବ୍ୟବସାୟୀ

ଯାଜପୁର : କିଆନାଳୀ ଛକ ଆର ଏମ ସି  ପରିବା ମାର୍କେଟ ଉଚ୍ଛେଦକୁ ନେଇ  ବିରୋଧ କଲେ ବ୍ୟବସାୟୀ । ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା  ।  ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ବିରୋଧ କରିଥିଲେ ପରିବା ବ୍ୟବସାୟୀ । ପ୍ରଥମେ ଥଇଥାନ କରାଯାଉ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ପରିବା ବ୍ୟବସାୟୀ।

ଆଇନ ଶୃଙ୍ଖଳା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛି । ଏନେଇ ଦାବି ପୂରଣ ନ ହେଲେ ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବ୍ୟବସାୟୀ ।

Comments are closed.