Latest Odisha News

BREAKING NEWS

ବେଆଇନ ମଦ ବିକ୍ରିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିରୋଧ

ସୋନପୁର: କେଉଁ ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଚାଲିଛି ବେଆଇନ ମଦ ବିକ୍ରି । ତେବେ ସୋନପୁର ଜିଲ୍ଲାରେ ଏ ନେଇ ଉଠିଛି ବିରୋଧର ସ୍ୱର । ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ।

ବିନିକା ଏନ୍‌ଏସି ୧୨ ନମ୍ବର ୱାର୍ଡ ନୂଆଁପଲ୍ଲୀ ଗାଁରେ ଚାଲିଛି ବେଧଡକ ବେଆଇନ୍ ଦେଶୀ ମଦ କାରବାର । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତେ ମଦ ନିଶାରେ ହେଉଛନ୍ତି ପଥଭ୍ରଷ୍ଟ । ପରିବାରରେ ଲାଗି ରହୁଛି ଅଶାନ୍ତି, ଛାରଖାର ହେଉଛି ସ୍ୱାସ୍ଥ୍ୟ ସମ୍ପଦ । ଏପରି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୪ଟି ଗାଁର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଦସ୍ୟମାନେ । ଗାଁର ଜୟରାମ ମଲ୍ଲିକ ଖୁଲମ୍‌ଖୋଲା ବେଆଇନ ଭାବେ ମଦ ବିକୁଥିବା ଥାନାରେ ଅଭିଯୋଗ ହୋଇଛି । ଆଗାମୀ ଦିନରେ ମଦ ବିକ୍ରି ବନ୍ଦ ନହେଲେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

Comments are closed.