Latest Odisha News

BREAKING NEWS

ବୀରମହାରାଜପୁରରେ ସକାଳେ ଏନଏସି ମାନ୍ୟତାକୁ ନେଇ ଚେତାବନୀ, ସଂଧ୍ୟାରେ ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୩୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ ଘୋଷଣା ପରେ ସୋନପୁର ଜିଲ୍ଲାରେ ଅବସ୍ଥିତ ବୀରମହାରାଜପୁରକୁ ମଧ୍ୟ ଏନ୍ଏସି ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅନ୍ତର୍ଭୁକ୍ତିକରଣ ଫଳରେ ରାଜ୍ୟରେ ନବଗଠିତ ଏନ୍ଏସିସଂଖ୍ୟା ୩୫ରେ ପହଞ୍ଚିଛି। ସକାଳେ କାହିଁକି ବୀରମହାରାଜପୁରକୁ ଏନଏସି ମାନ୍ୟତା ମିଳିଲାନି ବୋଲି ଦାବି କରି ବନ୍ଦ ପାଳନ ସହ ଚେତାବନୀ ଦେଇଥିଲା ସ୍ଥାନୀୟ ସଂଘ।

BjdElectrycity

ବର୍ତମାନ ପଶ୍ଚିମ ଓଡ଼ିଶାରେ ଉପଖଣ୍ଡ ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଥିବା ବୀରମହାରାଜପୁରକୁ ଏନଏସି ମାନ୍ୟତା ମିଳିବା ସ୍ଥାନୀୟ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ପୂର୍ବଦିନ ମୁଖ୍ୟମନ୍ତ୍ରୀ ୨୦ଟି ଜିଲ୍ଲାରେ ୩୪ଟି ଅତିରିକ୍ତ ଏନ୍ଏସି ପ୍ରତିଷ୍ଠା କରିବା ସହ ୫ଟି ବିଦ୍ୟମାନ ଏନ୍ଏସିକୁ ପୌରପାଳିକାରେ ପରିଣତ କରିବାକୁ ଘୋଷଣା କରିଥିଲେ।

ଜନସାଧାରଣଙ୍କ ଚାହିଦା ଏବଂ ବଢୁଥିବା ଜନସଂଖ୍ୟାକୁ ସମର୍ଥନ କରିବା ଏବଂ ରାଜ୍ୟରେ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା କାରଣରୁ ଏହି ଏନଏସି ଏବଂ ମ୍ୟୁନିସିପାଲିଟି ଗଠନ ନିଷ୍ପତ୍ତି ନିଆଯାଇଥିଲା।

ପୌରପାଳିକା ମାନ୍ୟତା ପାଇଥିବା ଏନ୍ଏସି ଗୁଡ଼ିକ ମଧ୍ୟରେ ବୌଦ୍ଧଗଡ଼ (ବୌଦ୍ଧ ଜିଲ୍ଲାର), କରଞ୍ଜିଆ (ମୟୂରଭଞ୍ଜ), କଣ୍ଟାବାଞ୍ଜି (ବଲାଙ୍ଗୀର) ଏବଂ ଛତ୍ରପୁର ଓ ଆସିକା (ଉଭୟ ଗଞ୍ଜାମ), ବସ୍ତା (ବାଲେଶ୍ବର) ରହିଛି।

ରାଜ୍ୟ ସରକାରଙ୍କ ସକ୍ରିୟ ଆଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା ଏବଂ ଓଡ଼ିଶାବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା।

ଉଲ୍ଲେଖଯୋଗ୍ୟ, ବୀରମହାରାଜପୁର ସମେତ ଲୋଇସିଂହା ଏବଂ ପୁରୁଣା କଟକ (ବୌଦ୍ଧ)ରେ ଏନଏସି ମାନ୍ୟତା ଦାବି କରି ଆନ୍ଦୋଳନ ହୋଇଥିଲା। ସରକାର ନିଷ୍ପତ୍ତିରେ ପୁନର୍ବିଚାର ନକଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲା ଆନ୍ଦୋଳନକାରୀ ସଂଘ। କିନ୍ତୁ ରାଜ୍ୟ ସରକାର ସଂଧ୍ୟାରେ ବୀରମହାରାଜପୁରକୁ ଏନଏସିର ମାନ୍ୟତା ପ୍ରଦାନ କରିଛନ୍ତି।

ଏହାପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବିଜେଡି ନେତାମାନେ ଦଳୀୟ ପତାକା ଧରି ନାଚ ଗୀତ କରି ସେଲିବ୍ରେସନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.