ନୂଆପଡା: ବର୍ତ୍ତମାନ ରାଜ୍ୟ ବ୍ୟାପି ନାରୀ ନିର୍ଯ୍ୟାତନା ବନ୍ଦ ସହ ଆଇନ ଶୃଙ୍ଖଳା ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ପ୍ରଥମେ ଖଡ଼ିଆଳ, ବୋଡ଼େନ, ସିନାପାଲି ଓ କୋମନା ଥାନା ଘେରାଉ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ। ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।
ଜିଲ୍ଲାର ହଜାର ହଜାର ଯୁବକ ଯୁବତୀଙ୍କ ସହ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ନୂଆପଡ଼ା ସହର ପରିକ୍ରମା କରି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଆନ୍ଦୋଳନରେ ଜିଲ୍ଲା ବିଜେଡିର ବରିଷ୍ଠ ନେତ୍ରୁ ବୃନ୍ଦଙ୍କ ସହ ଯୁବ ଛାତ୍ରଛାତ୍ରୀ ବିଜେପି ସରକାର ଓ ପୋଲିସର ଅପାରଗତାକୁ ଭର୍ତ୍ସନା କରିଛନ୍ତି।
ଏହାସହ ନାରୀ ସୁରକ୍ଷା ସହ ରାଜ୍ୟରେ ନାରୀ ନିର୍ଯ୍ୟାତନା ବନ୍ଦ ସହ ପୀଡ଼ିତା ମାନଙ୍କୁ ଉଚିତ ନ୍ୟାୟ ନଦେଲେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଅଖଚକ୍ ବନ୍ଦ ସହ ଭୟାବହ ଆନ୍ଦୋଳନ ହେବ। ସେଥିପାଇଁ ରାଜ୍ୟସରକାର ସହ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେବା ସହ ନୂଆପଡ଼ା ଏସପିଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
Comments are closed.