Latest Odisha News

BREAKING NEWS

ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀ

କଟକ: ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ । ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସେମାନେ ହଲ୍‌ ଭିତରକୁ ପ୍ରବେଶ କରିଛନ୍ତି । ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ । ପୂର୍ବରୁ ଅଫ୍‌ଲାଇନ ପରୀକ୍ଷାକୁ ବିରୋଧ ଓ ଅନ୍‌ଲାଇନ୍‌ରେ ପରୀକ୍ଷା ଦାବି କରି ଆନ୍ଦୋଳନ ଚଳାଇଥିଲେ ଛାତ୍ରଛାତ୍ରୀ ।

ଆଜିଠାରୁ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଛି । ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଗୋଟିଏ ହଷ୍ଟେଲରୁ ତିନି ଜଣ  କୋଭିଡ୍ ସଂକ୍ରମିତ ବାହାରିବା ପରେ ଅଫଲାଇନ ନୁହେଁ, ଅନଲାଇନରେ ପରୀକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ ।

ସେମାନେ ଅଭିଯୋଗ କରିଥିଲେ, ପଜିଟିଭ ଚିହ୍ନଟ ତିନି ଛାତ୍ର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ସଂକ୍ରମଣ ପୁରା କ୍ୟାମ୍ପସରେ ବ୍ୟାପିଥିବାରୁ ଅଫଲାଇନ୍ ପରୀକ୍ଷା ଦାବି କରିଥିଲେ ଛାତ୍ରଛାତ୍ରୀ । ଗତକାଲି ସକାଳୁ ଛାତ୍ରଛାତ୍ରୀମାନେ ସ୍କୁଲର ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର୍ ଜାଳି ପ୍ରତିବାଦ କରିଥିଲେ । ଆନ୍ଦୋଳନରେ ସାମିଲ ହୋଇଥିଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ।

Comments are closed.