Latest Odisha News

ଚାଷୀଙ୍କ ଚେତାବନୀ : ୧୮ରେ ଅଟକିବ ରେଳ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇ ମାସରୁ ଅଧିକ ହେଲାଣି ଚାଲିଛି ଆନ୍ଦୋଳନ । ବାରମ୍ବାର ବୈଠକ ପରେ ସମସ୍ୟାର ହେଉନି ସମାଧାନ । ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ଏବେ ରେଳରୋକ କରିବେ ଆନ୍ଦୋଳନକାରୀ ଚାଷୀ । ଆସନ୍ତା ୧୮ ତାରିଖରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ ।

ଦିନକ ପରେ ଅର୍ଥାତ ୮ ତାରିଖରେ ପୁରା ଦେଶରେ ୪ ଘଣ୍ଟା ପାଇଁ ଅଟକିବ ରେଳ । ଏନେଇ ପୂର୍ବରୁ ଚେତାବନୀ ଦେଇଛି ଚାଷୀ ସଙ୍ଗଠନ । ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳକୁ ଠପ୍ କରି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ ବାରମ୍ବାର ଅପିଲ କରୁଛନ୍ତି କେନ୍ଦ୍ର ସରକାର । ହେଲେ ଆନ୍ଦୋଳନରୁ ଓହରିବାକୁ ନାରାଜ ଆନ୍ଦୋଳନକାରୀ ଚାଷୀ । ଯେପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରାନଯାଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି କୃଷକ ସଙ୍ଗଠନ ।

Comments are closed.