Latest Odisha News

BREAKING NEWS

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଉପ ରାଜ୍ୟପାଳ ପଦରୁ କିରଣ ବେଦୀଙ୍କୁ ହଟାଇ ଦିଆଯାଇଛି । ମଙ୍ଗଳବାର ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନଙ୍କୁ ଅତିରିକ୍ତ ଭାବେ ପୁଡୁଚେରୀ ଦାୟିତ୍ୱ ଦିଆଯାଇଛି । ପୁଡୁତେରୀ ଲାଗି ପରବର୍ତ୍ତୀ ଉପରାଜ୍ୟପାଳ ନିଯୁକ୍ତ ହେବା ଯାଏ ସୁନ୍ଦରରାଜନ ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳିବେ ।

୨୦୧୬ ମେ ୨୯ରେ ପୁଡୁଚେରୀ ଉପରାଜ୍ୟପାଳ ଭାବେ କିରଣ ବେଦୀଙ୍କୁ ନିଯୁକ୍ତି ମିଳିଥିଲା । ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ପୁଡୁଚେରୀର କଂଗ୍ରେସ ସରକାର ସହ କିରଣ ବେଦୀଙ୍କ ବିବାଦ ଲାଗି ରହିଥିଲା । ଏପରିକି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇଥିଲେ । ଉପରାଜ୍ୟପାଳ ତୋଗଲକି ଶାସନ ଚଳାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ ।

Leave A Reply

Your email address will not be published.