କଲୋମ୍ବୋ: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତେଜିଛି । ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ । ପୂର୍ବରୁ ମଧ୍ୟ ଲୋକେ ରାସ୍ତାକୁ ଓହ୍ଲାଇଥିଲେ କିନ୍ତୁ ଏବେ ଯେଉଁଭଳି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ତାହା ହୁଏତ କେହି କେବେ ଆକଳନ କରିନଥିବେ। ସ୍ଥିତି ଏପରି ହୋଇଗଲା ଯେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ବଳ ପୂର୍ବକ ପ୍ରବେଶ କରିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି । ଆଉ ଭୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ରାଷ୍ଟ୍ରପତି ଭବନ ଛାଡି ପଳାଇଛନ୍ତି।
Civilian does not have food, gas. But,This is the luxsury life gotabaya spend. Now it captured by protestors. #GotaGoGama #GoHomeGota2022 #SriLankaProtests #SriLankaCrisis pic.twitter.com/72cjdrPnIE
— ??????????????? (@GHOST_SRILANKA) July 9, 2022
ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ 100 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମେସିଙ୍ଗେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ରାଷ୍ଟ୍ରପତି ବି ଇସ୍ତଫା ଦେଇଛନ୍ତି। ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ଏବେ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ରହିଛି ।
Video – Protesters inside President's House in Colombo.pic.twitter.com/hadRlAa1Qk #LKA #SriLanka #SriLankaCrisis
— Sri Lanka Tweet ?? ? (@SriLankaTweet) July 9, 2022
ସରକାର ବିରୋଧରେ ନାରାବାଜି ଦେଇ ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ। ରାଷ୍ଟ୍ରପତି ଭବନ ଭିତରର ଅନେକ ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓ ଗୁଡିକରେ ବିକ୍ଷୋଭକାରୀମାନେ ସୁଇମିଂ ପୁଲରେ ଗାଧୋଇବାକୁ ନଜର ଆସିଛନ୍ତି। ସେହିପରି ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଗୃହ ଭିତରେ ପ୍ରବେଶ କରିଥିଲେ। କିଛି ବେଡ୍ ଉପରେ ଶୋଇଥିବାର ଦେଖିବାକୁ ମିଳିଛି। ତ ଆଉ କିଛି ବିକ୍ଷୋଭକାରୀମାନେ ଶୋଇବା ଘରେ ଭଙ୍ଗାରୁଜା କରିଛନ୍ତି।
Inside President's House. #SriLanka #SriLankaProtests pic.twitter.com/e49jeDIldv
— Jamila Husain (@Jamz5251) July 9, 2022
ସେହିପରି ଅନେକ ଲୋକ ରୋଷେଇ ଘରେ ପ୍ରବେଶ କରି ଖାଦ୍ୟ ସାମଗ୍ରୀ ବାହାର କରି ବୋହି ନେଇଯାଉଛନ୍ତି ତ ଆଉ କିଏ ଭୋକିଲା ପେଟକୁ ଦାନା ଦେଇ ଭୋକ ମେଣ୍ଟାଇଥିବାର ନଜିର ରହିଛି ।
ରାଜଧାନୀ କଲମ୍ବୋ ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇ ବିକ୍ଷୋଭକାରୀଙ୍କ ମୁକାବିଲା କରୁଛି ଏଥିସହ ଖୋଲା ଆକାଶକୁ ଫାଙ୍କା ଗୁଳି ଚଳାଇଛି। ଏହାପରେ ବି ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଠିଆ ହୋଇଛନ୍ତି। ଅନେକ ବିକ୍ଷୋଭକାରୀ କ୍ରିକେଟ୍ ଷ୍ଟାଡିୟମ ବାହାରେ ଏକତ୍ରିତ ହୋଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏଠାରେ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଚାଲିଛି।
A significant day ahead in Sri Lanka. Locals, denied public transport to Colombo for the major protest, are starting to gather outside of the stadium. There’s a much bigger group, about 500m down the road, protesting at the train station. pic.twitter.com/gHpfE045vT
— Adam Collins (@collinsadam) July 9, 2022
ବିସିସିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ 9 ରେ ହୋଇଥିବା ବିରୋଧ ପୂର୍ବରୁ କଲମ୍ବୋ ଏବଂ ଏହାର ଆଖପାଖ ଅଞ୍ଚଳରେ ସରକାର କର୍ଫ୍ୟୁ ଲାଗୁ କରିଥିଲେ। ଏହା ସତ୍ତ୍ୱେ ଲୋକମାନେ ବହୁ ସଂଖ୍ୟାରେ ଓହ୍ଲାଇଲେ। ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ପାଇଁ ଜନସାଧାରଣ ବର୍ତ୍ତମାନର ସରକାରଙ୍କୁ ଦାୟୀ କରୁଛନ୍ତି। ଖାଦ୍ୟ ସାମଗ୍ରୀର ମୂଲ୍ୟ ଏବଂ ତେଲର ଦାମ ବଢିଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଶୂନ ହୋଇଯାଇଛି। ଏହାପୂର୍ବରୁ ମାର୍ଚ୍ଚ-ଏପ୍ରିଲରେ ମଧ୍ୟ ଲୋକମାନେ ଏହିପରି ପ୍ରଦର୍ଶନ କରିଥିଲେ।
Comments are closed.