Latest Odisha News

ମାଲକାନଗିରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ

ମାଲକାନଗିରି: ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ । ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ କଲେ ମାଲକାନଗିରି ମାଲିକ ସଂଘ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା ଲକ୍ଷ୍ମୀ ବସକୁ ବିରୋଧ କରାଯାଇଛି।

ଏହି ବସ ଯାତାୟତ କଲେ ଘରୋଇ ବସରେ ଯାତ୍ରୀ ନ ହେବା ସହ ଅନେକ କ୍ଷତି ସହିଛନ୍ତି ବସ ମାଲିକ ସଂଘ। ତେଣୁ ଏହି ବସ ଚଳାଚଳ ବନ୍ଦ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ଜିଲ୍ଲା ଘରୋଇ ବସ ମାଲିକ ସଂଘ। ଏହାର ପ୍ରଭାବରେ ତମାମ ଜିଲ୍ଲାରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି।

ତେବେ ଟାୟାର-୨ ଲକ୍ଷ୍ମୀବସ୍ ଚଳାଚଳ କରିବା ଯୋଗୁଁ ଘରୋଇ ବସରେ ଯାତ୍ରୀମାନେ ଯାଉନାହାଁନ୍ତି। ଫଳରେ ଘରୋଇ ବସ ମାଲିକମାନେ ବହୁ କ୍ଷତି ସହୁଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀ ଏସି ବସ୍ ସେବା ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।

Comments are closed.