Latest Odisha News

BREAKING NEWS

ଦି କେରଳ ଷ୍ଟୋରୀର ଫିଲ୍ମର ସତ୍ୟତା ପ୍ରମାଣିତ କଲେ ଦିଆଯିବ ୧ କୋଟି ଟଙ୍କା: ମୁସଲିମ ଲିଗ ଯୁବ ଶାଖା

ବେଙ୍ଗାଲୁରୁ: ଦି କେରଳ ଷ୍ଟୋରୀ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମେ ୫ ତାରିଖରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ସୋମବାର ଭାରତୀୟ ୟୁନିୟନ ମୁସଲିମ ଲିଗର ଯୁବ ଶାଖା ଘୋଷଣା କରିଛି ଯେ, ଫିଲ୍ମରେ ଦର୍ଶାଯାଇଥିବା ତଥ୍ୟ ପ୍ରମାଣିତ କରିବା ବ୍ୟକ୍ତିଙ୍କୁ ୧କୋଟି ଟଙ୍କା ପୁରସ୍କାର ଦିଆଯିବ । ୟୁଥ ଲିଗର ସମ୍ପାଦକ ପିକେ ଫିରୋଜ ଏହି ଘୋଷଣା କରିଛନ୍ତି । ଫିଲ୍ମରେ ଲଭ ଜିହାଦ ମାଧ୍ୟମରେ ୩୧ ହଜାର ଝିଅଙ୍କୁ ମୁସଲମାନ ଧର୍ମରେ ଧର୍ମାନ୍ତରିକରଣ କରାଯାଇଥିବା ଦର୍ଶାଯାଇଛି । ସଂଘ ପରିବାରର ଏହା ପ୍ରାୟୋଜିତ ଫିଲ୍ମ ବୋଲି ସେ କହିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଫିଲ୍ମକୁ ନିନ୍ଦା କରିବା ସହ ଏହା ଘୃଣା ସୃଷ୍ଟି କରିବ ବୋଲି ଚେତାଇ ଦେଇଛନ୍ତି । କେରଳ ନିର୍ବାଚନକୁ ଆଖି ଆଗରେ ରଖି ସଂଘ ପରିବାର ଏହି ପ୍ରପୋଗାଣ୍ଡା ଫିଲ୍ମ ଚଲାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଫିଲ୍ମରେ କିପରି ହିନ୍ଦୁ ଏବଂ ଅନ୍ୟ ଧର୍ମର ଝିଅମାନଙ୍କୁ ଫସାଯିବା ପରେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରାଯାଉଛି, ତାହା ଏଥିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.