Latest Odisha News

BREAKING NEWS

ଡିଏଲ୍ ଟେଷ୍ଟିଂ ବେଳେ ଧରାପଡ଼ିଲେ ନକଲି ଡ୍ରାଇଭର୍; ଗଣିଲେ ୫୫,୦୦୦ ଟଙ୍କାର ତଣ୍ଡ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ନିକଟରେ ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଡିଏଲ୍ ଟେଷ୍ଟ ଦେଉଥିବା ପ୍ରାୟ ୪ଜଣ ନକଲି ଡ୍ରାଇଭରଙ୍କୁ ପୋଲିସ ପକ୍ଷରୁ ଧରାଯାଇଛି ।

ମୋଟର ଯାନ ନିରୀକ୍ଷକ ସେମାନଙ୍କ ଉପରେ ପାଖାପାଖି ୫୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି । ଯେତେବେଳେକି ଅନ୍ୟଜଣେ ନିଶାଶକ୍ତ ଭାବେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ କେନ୍ଦ୍ରରେ ପହଞ୍ଚିଥିବା ଯୋଗୁଁ ତାଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କ ଆବେଦନକୁ ମଧ୍ୟ ପରିବହନ ବିଭାଗ ପକ୍ଷରୁ ଖାରଜ କରି ଦେବା ସହ ସେମାନଙ୍କ ଉପରେ ଜୋରିମାନା ଲଗାଯାଇଛି ।

ପୋଲିସ ସେମାନଙ୍କର ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ସହ ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ମୋଟା ଅଙ୍କର ଜୋରିମାନା ମଧ୍ୟ ଲଗାଇଛି । ସେହିପରି ଗତ ମଙ୍ଗଳବାର ଦିନ କଟକସ୍ଥିତ ବାରଙ୍ଗରେ ଜଣେ ନାବାଳକ ସ୍କୁଟି ଚଳାଇ ଧରା ପଡିବା ପରେ ଗାଡି ମାଲିକଙ୍କ ଠାରୁ ପାଖାପାଖି ୨୦ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଥିଲା ।

Leave A Reply

Your email address will not be published.