Latest Odisha News

BREAKING NEWS

ଦୂତୀ ଚାନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହେଲା ବଜାଜ୍ ଆଲିଆଂଜର ‘ପ୍ଲାଙ୍କ ଫର୍ ଇଣ୍ଡିଆ’ ଅଭିଯାନ

ଭୁବନେଶ୍ୱର: ଭାରତର ଚାମ୍ପିଆନ୍ ଦୌଡ଼କୁଦ ଖେଳାଳୀ ଦୂତି ଚାନ୍ଦ ବଜାଜ ଆଲିଆଂଜ ଲାଇଫ୍ର “ପ୍ଳାଙ୍କ ଫର ଇଣ୍ଡିଆ’ ଅଭିଯାନକୁ ଗ୍ରହଣ କରିଛନ୍ତି । ଭାରତର ଉଦୀୟମାନ କ୍ରୀଡ଼ାବିତ ସହାୟତା ପ୍ରଦାନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ।

ଦୂତି ଚାନ୍ଦ ସୋସିଆଲ ମିଡିଆରେ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି ଏବଂ ନିଜର ହଜାର ହଜାର ଅନୁଗାମୀ (ଫଲୋଅର)ଙ୍କୁ ଏହି ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ।

କଠିନ ପରିଶ୍ରମ ବଳରେ ସମସ୍ତ ପ୍ରତିବନ୍ଧକକୁ ସାମ୍ନା କରି ଶୀର୍ଷ ସ୍ଥାନରେ ପହଂଚିଥିବା ଦୂତି ଏହି ଅଭିଯାନକୁ ଏଥିପାଇଁ ସମର୍ଥନ କରିଛନ୍ତି ଯେ ଏହା ଦେଶର ଉଦୀୟମାନ କ୍ରୀଡ଼ାବିତଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

ପ୍ରତିଟି ପ୍ଲାଙ୍କ ପାଇଁ ବଜାଜ ଆଲିଆଂଜ୍ ଲାଇଫ୍ ଆର୍ଥିକ ସହାୟତା ପ୍ରଦାନ କରିବ ଯାହା ଭାରତର ଉଦୀୟମାନ କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ଓ ବିକାଶରେ ବ୍ୟବହାର କରାଯିବ ।

ଏହି ଅଭିଯାନକୁ ଅଧିକ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି କଂପାନି ପକ୍ଷରୁ ଗତ ସପ୍ତାହରେ ଏକ
ଭିଡିଓ ଜାରି କରାଯାଇଥିଲା ।

ଏହି ପ୍ଲାଙ୍କ ଫର ଇଣ୍ଡିଆ ଅଭିଯାନ ଲାଗି ଏତିକି କରିବାକୁ ହେବ:

୧. ଶରୀରକୁ ପ୍ଲାଙ୍କ ଶୈଳୀରେ ରଖିବାକୁ ହେବ
୨. ପ୍ଲାଙ୍କର ଫଟୋ କିମ୍ବା ଭିଡିଓ ପ୍ରସ୍ତୁତ କରିବାକୁ ହେବ
୩. ସେହି ଫଟୋ କିମ୍ବା ଭିଡିଓୁ ଫେସବୁକ/ଇନଷ୍ଟାଗ୍ରାମ/ଟ୍ୱିଟର/ଲିଙ୍କଡଇନ୍ରେ ପୋଷ୍ଟ କରିବାକୁ ହେବ
୪. ପ୍ଲାଙ୍କ ଫର ଇଣ୍ଡିଆ ହାସଟ୍ୟାଗ୍ ବ୍ୟବହାର କରିବାକୁ ପଡ଼ିବ

Leave A Reply

Your email address will not be published.