Latest Odisha News

ଆଉ ନାହାନ୍ତି ଓବେରୟ ଗ୍ରୁପର ମାଲିକ ପୃଥ୍ୱରାଜ ସିଂହ ଓବେରୟ

ନୂଆଦିଲ୍ଲୀ:ଭାରତର ହୋଟେଲ ଇଣ୍ଡଷ୍ଟ୍ରିକୁ ନୂଆ ପରିଚୟ ଦେଇଥିବା ଓବେରୟ ହୋଟେଲର ଅଧ୍ୟକ୍ଷ ପୃଥ୍ୱରାଜ ସିଂହ ଓବେରାୟଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ପୃ୍‌ଥ୍ୱୀରାଜଙ୍କୁ ୯୪ ବର୍ଷ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ କାପସହେଡାରେ ଥିବା ଭଗବନ୍ତୀ ଓବେରାୟ ଚାରିଟେବୁଲ ଟ୍ରଷ୍ଟରେ ହେବ । ଏ ନେଇ ଓବେରୟ ଗ୍ରୁପ ପକ୍ଷରୁ ସୂଚନା ଦିଆ ଯାଇଛି ।

BjdElectrycity

ହେଟେଲ ଶିଳ୍ପକୁ ଏକ ନୂଆ ଦିଗ ଦେଖାଇଥିଲେ ପୃଥ୍ୱୀରାଜ ସିଂହ । ଏଥିପାଇଁ ଅନେକ ପୁରସ୍କାର ମଧ୍ୟ ପାଇଥିଲେ । ଏପରିକି ୨୦୦୮ରେ ପଦ୍ମ ବିଭୂଷଣ ଉପାଧି ମଧ୍ୟ ତାଙ୍କୁ ମିଳିଥିଲା । ୨୦୨୨ରେ ସେ ଇଆଇଏଚ ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ଇଆଇଏଚ ଆସୋସିଏଟେଡ ହୋଟେଲ ଲିମିଟେଡର ଚେୟାରମ୍ୟାନ ପଦ ମଧ୍ୟ ଛାଡିଥିଲେ । ଦେଶର ବିଭିନ୍ନ ସହରରେ ଅନ୍ତରାଷ୍ଟ୍ରୀୟ ସ୍ତରର ଲଗ୍ଜୁରିଅସ ହୋଟେଲ ଖୋଲିଥିଲେ । ଏପରିକି ଓବେରୟ ବ୍ରାଣ୍ଡ ଏକ ଅସାଧାରଣ ଲଗ୍ଜୁରୀ ହୋଟେଲର ପ୍ରତୀକ ପାଲଟି ଯାଇଥିଲା ।

ସେତିକୁ ନୁହେଁ, ପିଆରଏସ ଓବେରୟଙ୍କ ଅସାଧାରଣ ନେତୃତ୍ୱ ଏବଂ ଦୂରଦର୍ଶିତା ପାଇଁ ତାଙ୍କୁ ଆଇଏଲଟିଏମ (ଇଣ୍ଟରନାଶନାଲ ଲଗଜୁରୀ ଟ୍ରାଭେଲ ମାର୍କେଟ)ରେ ଲାଇଫ ଟାଇମ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ହୋଟେଲ ପତ୍ରିକା ୟୁଏସଏ ଦ୍ୱାରା କୋପରେଟ ହୋଟେଲିୟର ଅଫ ଦ ୱର୍ଲଡ ପୁରସ୍କାରରେ ସମ୍ମାନିତ କରାଯାଇ ଥିଲା ।

ତାଙ୍କର ମୃତ୍ୟୁରେ ଓବେରୟ କମ୍ପାନୀ ପକ୍ଷରୁ ଏକ ବୟାନରେ କୁହାଯାଇଛି, ‘ଆମେ ଏକ ସଚ୍ଚା ଆଇକନଙ୍କୁ ହରାଇଲୁ । ପିଆରଏସ ଓବେରୟ  ଛାଡି ଯାଇଥିବା ବିରାସତ ଆଗକୁ ବଢାଇବା ଏବେ ଆମର ଲକ୍ଷ୍ୟ ହେବ ।’

Leave A Reply

Your email address will not be published.