Latest Odisha News

BREAKING NEWS

ଉତ୍ତରକାଶୀ ଟନେଲ ଟ୍ରାଜେଡି, ମିଳିଲା ଫସିଥିବା ଓଡିଆ ଶ୍ରମିକଙ୍କ ପରିଚୟ

ମୟୁରଭଞ୍ଜ: ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଫସିଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୩ ଶ୍ରମିକଙ୍କ ପରିଚୟ ମିଳିଛି । ଟନେଲ ଭିତରେ ମୟୁରଭଞ୍ଜର ୩ ଜଣ ଯୁବକ ଫଶି ରହିଛନ୍ତି । ସେମାନେ ହେଲେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାୟକ, ବେଡ଼ାକୁଦ ଗ୍ରାମର ଧୀରେନ ନାୟକ ଓ ତିରିଂ ବ୍ଲକ ଅନ୍ତର୍ଗତ କୁଲଡିହା ଗ୍ରାମର ରାଜୁ ନାୟକ ।

ଅନ୍ୟପଟେ ଦୁର୍ଘଟଣାର ଖବର ପାଇ ଏବେ ସମସ୍ତ ପରିବାର ବର୍ଗ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । କୌଣସି ପ୍ରକାର ସଠିକ୍ ଖବର କେହି ପାଇ ପାରୁନଥିବା ବେଳେ ଟନେଲ ରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରାତିସାରା ଜୋରସୋରରେ ପ୍ରୟାସ ଚାଲିଛି । କେନ୍ଦ୍ର ସରକାରଙ୍କ ଠାରୁ ବିଧିବଦ୍ଧ ଭାବରେ କୌଣସି ଖବର ଆସିନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଙ୍ଗିରିପୋଷି ବିଡିଓ ସେମାନଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ପ୍ରାୟ ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ଟନେଲର ପ୍ରବେଶ ପଥରୁ ସିଲକ୍ୟାରା ଆଡକୁ ୨୦୦ ମିଟର ଦୂରରେ ଏକ ଭୂସ୍ଖଳନ ଘଟିଥିଲା । ଫଳରେ ୪୦ ଶ୍ରମିକ ଟନେଲ ଭିତରେ ଫସିରହିଥିଲେ । ସେମାନଙ୍କ ଭିତରୁ ବିହାରର ୪ ଜଣ, ଉତ୍ତରାଖଣ୍ଡର ୨ ଜଣ, ୟୁପିର ୮ଜଣ, ଓଡ଼ିଶାର ୫ଜଣ, ଝାଡଖଣ୍ଡର ୧୫ ଜଣ, ଆସାମର ୨ ଜଣ, ହିମାଚଳପ୍ରଦେଶର ଜଣେ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.