Latest Odisha News

BREAKING NEWS

ପାକିସ୍ତାନ ଛାନିଆ: ପିଏସଏଲ ମ୍ୟାଚ୍ ପୂର୍ବରୁ ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ପାକିସ୍ତାନରେ ପ୍ରବେଶ କରି ଏହାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରୁଛି। ପ୍ରଥମେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ​​ଏବଂ ତା’ପରେ କରାଚୀ ଏବଂ ଲାହୋର ଭଳି ପ୍ରମୁଖ ସହରରେ ସିରିଜ୍ ବୋମା ବିସ୍ଫୋରଣ କରିଛି। ଏହି ପରିପ୍ରେକ୍ଷୀରେ, ରାୱଲପିଣ୍ଡିର କ୍ରିକେଟ ଷ୍ଟାଡିୟମଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଖବର ଆସିଛି।

ପାକିସ୍ତାନ ସୁପର ଲିଗରେ ଡେଭିଡ ୱାର୍ଣ୍ଣରଙ୍କ କରାଚୀ କିଙ୍ଗ୍ସ ଏବଂ ବାବର ଆଜମଙ୍କ ପେଶାୱାର ଜାଲମି ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା। ଏବେ ସମଗ୍ର ଟୁର୍ଣ୍ଣାମେଣ୍ଟ ବାତିଲ ହେବାର ଆଶଙ୍କା ରହିଛି। ଅନେକ ବିଦେଶୀ ଖେଳାଳି ପାକିସ୍ତାନ ଛାଡୁଛନ୍ତି। ତେବେ ଏହି ଆକ୍ରମଣ ପୂର୍ବରୁ ରାୱଲପିଣ୍ଡି ଛାଡ଼ିବାକୁ ଖେଳାଳିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କ୍ରିକେଟରଙ୍କୁ ରାୱଲପିଣ୍ଡି ଛାଡ଼ିବାକୁ ପିସିବି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ପାକିସ୍ତାନର ଜିଓ ସୁପର ଟିଭି ଅନୁଯାୟୀ, ପିସିବି ଗୁରୁବାର ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ପିଏସଏଲ ଫ୍ରାଞ୍ଚାଇଜିଗୁଡ଼ିକ ସହିତ ଏକ ଜରୁରୀ ବୈଠକ ଡାକିଛି। ଗୁରୁବାର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ସୋସିଆଲ ମିଡିଆରେ ଏପରି ଭିଡିଓ ଏବଂ ପୋଷ୍ଟ ବହୁତ ଭାଇରାଲ ହେଉଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ପାକିସ୍ତାନ ସୁପର ଲିଗ୍ ଫ୍ରାଞ୍ଚାଇଜ୍ ମାଲିକଙ୍କ ମଧ୍ୟରେ ବୈଠକ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪.୩୦ ରେ ଅନୁଷ୍ଠିତ ହୋଇଛି।

 

Comments are closed.