Latest Odisha News

BREAKING NEWS

ଇମ୍ରାନ ଖାଁଙ୍କ ଗିରଫ ହେବା ପରେ ସମର୍ଥକଙ୍କ ଲଙ୍କାକାଣ୍ଡ, ଗୃହଯୁଦ୍ଧ ଅଭିମୁଖେ ପାକିସ୍ତାନ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରାଯିବା ପରେ ପିଟିଆଇ ସମର୍ଥକମାନେ ଉଗ୍ର ହୋଇ ଉଠିଛନ୍ତି । ଏପରିକି ସେନା ମୂଖ୍ୟାଳୟ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । କ୍ୱେଟାରେ ପ୍ରଦର୍ଶନକାରୀମାନଙ୍କୁ ଘଉଡାଇବା ବେଳେ ଜଣେ ମୃତ ଏବଂ ଅନେକ ଆହତ ହୋଇଛନ୍ତି । ଲାହୋର କ୍ୟାଂଟରେ ଥିବା ସୈନ୍ୟ କମାଣ୍ଡରଙ୍କ ଘର ମଧ୍ୟ ଇମ୍ରାନଙ୍କ ସମର୍ଥକମାନେ ଜାଳି ଦେଇଛନ୍ତି । ରେଡିଓ ପାକିସ୍ତାନରେ ବି ନିଆଁ ଲାଗିଛି । ପାକିସ୍ତାନ ସେନା ମୂଖ୍ୟ ଜେନେରାଲ ଅସୀମ ମୁନୀର ଏ ନେଇ ଆପାତକାଳୀନ ବୈଠକ ଡକାଇଛନ୍ତି । ରିପୋର୍ଟ ମୁତାବକ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ସେନା ଆଇନ ବ୍ୟବସ୍ଥା ହାତେଇବା ପାଇଁ ସମସ୍ତ ଯୋଜନା କରି ସାରିଛି ।

ସୈନ୍ୟ ପରିସରରେ ଆକ୍ରମଣକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନରେ ବର୍ତମାନ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଗୃହଯୁଦ୍ଧ ଆଡକୁ ଗତି କରୁଛି । ପୂର୍ବରୁ ସରକାର ପତନ ନେଇ ଇମ୍ରାନ ସିଧାସଳଖ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନସୀରଙ୍କୁ ଦାୟୀ କରିଥିଲେ । କୋର୍ଟ ମଧ୍ୟ ଇମ୍ରାନଙ୍କ ଗିରଫ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ।

Leave A Reply

Your email address will not be published.