Latest Odisha News

BREAKING NEWS

ଡୁ ପ୍ଲେସି, ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ମୁମ୍ବାଇ ସମ୍ମୁଖରେ ୨୦୦ ରନର ଟାର୍ଗେଟ

ୱାଙ୍ଖେଡ: ଚଳିତ ଆଇପିଏଲରେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୦ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଟସ ଜିତି ରୋହିତ ଶର୍ମା ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ବିରାଟ କୋହଲି (୧)ଓ ଅଞ୍ଜୁ ରାୱତ(୬) ଶସ୍ତାରେ ଆଉଟ ହୋଇ ଯାଇଥିଲେ । ତେବେ ଫାଫ ଡୁ ପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଡୁ ପ୍ଲେସି ୪୧ ବଲରେ ୬୫ ଓ ମ୍ୟାକ୍ସୱେଲ ୩୩ ବଲରେ ୬୮ ରନ କରିଥିଲେ । ଏମାନଙ୍କ ବ୍ୟତୀତ ଦୀନେଶ କାର୍ତିକ ୩୦ ରନର ଦ୍ରୁତ ଇନିଂସ ଖେଳିବ ଯୋଗୁ ବାଙ୍ଗାଲୋର ୨୦ ଓଭରରେ ୬ ୱିକେଟ ହରାଇ ୧୯୯ ରନ କରିଥିଲା ।

ମୁମ୍ବାଇ ପକ୍ଷରୁ ଜାସନ ବେହେରନଡୋରଫ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଉଭୟ ବାଙ୍ଗାଲୋର ଓ ମୁମ୍ବାଇ ୧୦ ମ୍ୟାଚରୁ ୧୦ ପଂଏଟ ଲେଖାଁଏ ହାସଲ କରିଛନ୍ତି । ପ୍ଲେ ଅଫ ପ୍ରବେଶ ପାଇଁ ଉଭୟ ଟିମ ପାଇଁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.