Latest Odisha News

BREAKING NEWS

କାଳ ହେଲା ପବଜି ଗେମ୍, ଟ୍ରେନ୍ ଧକ୍କାରେ ୨ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ହିଗୋଲି ଅଞ୍ଚଳରେ ୨ ଜଣ ଯୁବକ ମୋବାଇଲରେ ପବଜି ଗେମ୍ ଖେଳୁଥିବା ବେଳେ ସେମାନଙ୍କର ପ୍ରାଣହାନି ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ରେଳଧାରଣା ପାଖରେ ୨ ଜଣ ଯୁବକ ଅନ୍ୟମନସ୍କ ଭାବେ ଏହି ଗେମ୍ ଖେଳୁଥିବା ବେଳେ ହାଇଦ୍ରାବାଦ-ଅଜମେର ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଛି ।

ମୁମ୍ବାଇ ଠାରୁ ପ୍ରାୟ ୫୭୦ କିମି. ଦୂର ହିଗୋଲିର ଖଟକଲି ବାଇପାସ ନିକଟ ରେଳଧାରଣା ପାଖରେ ମୋବାଇଲରେ ପବଜି ଗେମ୍ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ମୃତକଙ୍କ ନାମ ନାଗେଶ ମୋରୋ (୨୪) ଓ ସ୍ୱପ୍ନିଲ ଅନ୍ନପୂର୍ଣ୍ଣ (୨୨) ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ଏହି ପବଜି ଗେମ୍ ଯୁବପିଢିଙ୍କ ମଧ୍ୟରେ ଏକପ୍ରକାର ନିଶାରେ ପରିଣତ ହେଉଥିବାବେଳେ ତଥାପି ଯୁବସମାଜ ଏଥିପ୍ରତି ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ରାଜକୋଟ୍ ପୋଲିସ ନିକଟ ଅତୀତରେ ଏହି ଖେଳ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଯାହାଫଳରେ ପରବର୍ତ୍ତୀ ସମୟରେ ଏହି ଗେମ୍ ଖେଳିବାରୁ ପ୍ରାୟ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.