Latest Odisha News

BREAKING NEWS

ଭାରତକୁ ଫେରୁଛି ପବ୍‌ଜି

ନୂଆଦିଲ୍ଲୀ: ପବ୍‌ଜି ପ୍ରେମୀଙ୍କ ପାଇଁ ଖସି ଖବର । ପୁଣି ଫେରୁଛି ପବ୍‌ଜି । ଭାରତକୁ ବାହୁଡୁଛି ଲୋକପ୍ରିୟ ଗେମିଂ ଆପ୍ ପବ୍‌ଜି । ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ପବଜୀ କର୍ପୋରେସନ୍‌ ଅନୁସାରେ ଭାରତରେ ପବଜୀ ମୋବାଇଲ ଇଣ୍ଡିଆ ଲଞ୍ଚ ହେବ। ଏଥିରେ ବିଶେଷ ଭାବେ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଏହା ସହ ଭାରତରେ ବଡ଼ ନିବେଶ କରିବାକୁ କମ୍ପାନୀ ଯୋଜନା କରୁଥିବା ଜଣାପଡ଼ିଛି। କେବେ ଏହି ଆପ୍‌ ଲଞ୍ଚ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଏନେଇ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.