Latest Odisha News

ଭାରତରେ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଗେମିଂ ଆପ୍ ପବଜି ମୋବାଇଲ୍ ଓ ମୋବାଇଲ୍ ଲାଇଟ୍ ଆପକୁ ଶୁକ୍ରବାର ଠାରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହେବାକୁ ଯାଉଛି । ଏନେଇ ଘୋଷଣା କରିଛି ଟେନସେଣ୍ଟ କମ୍ପାନୀ ।

ପ୍ରାପ୍ତ ସୂଚନାନୁଯାୟୀ, ଯେଉଁ ବ୍ୟକ୍ତି ମାନେ ପବଜି ଗେମକୁ ମୋବାଇଲରେ ପୂର୍ବରୁ ଡାଉନଲୋଡ୍ କରି ସାରିଥିଲେ, ସେମାନେ ବ୍ୟାନ୍ ପରେ ବି ଏହାକୁ ଖେଳି ପାରୁଥିଲେ । ହେଲେ ଏବେ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ପବଜି ମୋବାଇଲ୍ ପକ୍ଷରୁ ସୋସିଆଲ୍ ମିଡିଆରେ ହୋଇଥିବା ଏକ ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଆମକୁ ସମର୍ଥନ କରିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ ।

ଉଲ୍ଲେଖଯୋଗ୍ୟ, ନିକଟରେ ଭାରତ ସରକାରଙ୍କ ପକ୍ଷରୁ ୧୧୮ଟି ଚୀନ୍ ଆପକୁ ବ୍ୟାନ୍ କରାଯାଇ ପଡୋଶୀ ଦେଶ ଉପରେ ଏକପ୍ରକାର ଡିଜିଟାଲ୍ ଷ୍ଟାଇକ୍ କରାଯାଇଛି ।

Leave A Reply

Your email address will not be published.