Latest Odisha News

BREAKING NEWS

ନିଜ ଗାଡି ଚୋରି କରି ମାଲିକ ଗିରଫ !

ଉତ୍ତରପ୍ରଦେଶ: ନୋଏଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଭିନବ ଉପାୟରେ ଚୋରି ହୋଇଥିଲା ଏକ ସେକେଣ୍ଡ ହ୍ୟାଣ୍ଡ ଗାଡି । ହେଲେ ଚୋରି ଗାଡିର ମାଲିକ ଓ ଚୋର ସେହି ଗୋଟିଏ ବ୍ୟକ୍ତି । ତଥାପି ପୋଲିସ ତାଙ୍କୁ ଗିରଫ କରିଛି । ହେଲେ କାହିଁକି ?

ମାର୍ଚ୍ଚ ମାସରେ ଏକ ଅନ୍‌ଲାଇନ୍ ବିଜ୍ଞାପନ ଦେଖି ଜିତ୍ ଯାଦବ ନାମକ ଜଣେ ବ୍ୟକ୍ତି ଏକ ସେକେଣ୍ଡ ହ୍ୟାଣ୍ଡ କାର୍ କିଣିଥିଲେ । ଧାର୍ଯ୍ୟ ଦର ୨.୬୦ ଲକ୍ଷ ଟଙ୍କା ଅନୁଯାୟୀ ବିକ୍ରେତା ମନୋତ୍ତମ ତ୍ୟାଗୀକୁ ସେ ୨.୧୦ ଲକ୍ଷ ଟଙ୍କା ଦେଇଥିଲେ । ସେହି ସମୟରେ ତ୍ୟାଗୀ ଗାଡିର କାଗଜପତ୍ର ସହ ଏକ ଡୁପ୍ଲିକେଟ୍ ଚାବି ରଖି ଜିତଙ୍କୁ କେବଳ ଗାଡି ହସ୍ତାନ୍ତର କରିଥିଲେ । ବଳକା ଟଙ୍କା ଦେଲେ ଚାବି ଓ କାଗଜପତ୍ର ଦେବା ନେଇ ଦୁଇଜଣ ସହମତ ହୋଇଥିଲେ ।

ପରଦିନ ଜିତ୍ ଯାଦବ ସେକ୍ଟର ୧୨ସ୍ଥିତ ନିଜ ଅଫିସକୁ ଗାଡି ଚଳାଇ ଯାଇଥିଲେ । ହେଲେ ତାଙ୍କ ଅଫିସ୍ ପାଖରୁ ଗାଡିଟି ଚୋରି ହୋଇଯାଇଥିଲା । ଏ ନେଇ ଜିତ୍ ପୋଲିସରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା ।

ତଦନ୍ତରେ ଏକ ଚକିତକର ଷଢଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଥିଲା । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ତ୍ୟାଗୀ ଗାଡିରେ ଜିପିଏସ୍ ଲଗାଇ ଜିତ୍‌ଙ୍କ ଗତିବିଧୀ ଉପରେ ନଜର ରଖିଥିଲା । ପରେ ସୁଯୋଗ ଦେଖି ଡୁପ୍ଲିକେଟ୍ ଚାବି ଜରିଆରେ ଗାଡି ଧରି ଚମ୍ପଟ୍ ମାରିଥିଲା । ତେବେ ପୋଲିସ ରେକର୍ଡରୁ ଜଣାପଡିଛି ଅଭିଯୁକ୍ତ ମନୋତ୍ତମ ତ୍ୟାଗୀ ବିରୋଧରେ ପୂର୍ବରୁ ମଧ୍ୟ ଏପରି ଅନେକ ଠକାମୀ ମାମଲା ରହିଛି ।

Leave A Reply

Your email address will not be published.