Latest Odisha News

BREAKING NEWS

ରାଜଧାନୀରେ ସର୍ବସାଧାରଣରେ ଗଣେଶ ଉତ୍ସବ ପାଳନ ମନା

ନୂଆଦିଲ୍ଲୀ: ପାର୍ବଣ ସମ୍ଭାବ୍ୟ ତୃତୀୟ ଲହର ଆଗମନର ମୁଖ୍ୟ କାରଣ ହୋଇପାରେ ବୋଲି ଆକଳନ କରାଯାଉଛି। ସେଥିପାଇଁ କୋଭିଡ୍‌ ଉପଯୁକ୍ତ ଆଚରଣଗୁଡିକୁ ସଠିକ୍‌ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ-୧୯ ମହାମାରୀ ହେତୁ ଦିଲ୍ଲୀରେ ଗଣେଶ ପର୍ବର ସମସ୍ତ ସାଧାରଣ ଉତ୍ସବକୁ ନିଷିଦ୍ଧ କରିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ବୁଧବାର ଏକ ନିର୍ଦ୍ଦେଶ ଜାରି କରିଛି।

“ସମାବେଶ ତଥା ମଣ୍ଡଳୀ ଉପରେ ପ୍ରଚଳିତ ପ୍ରତିବନ୍ଧକ ଏବଂ କୋଭିଡ-୧୯ ମହାମାରୀର ବର୍ତ୍ତମାନର ସ୍ଥିତିକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯାଇଛି ଯେ ଗଣେଶ ଉତ୍ସବକୁ ସର୍ବସାଧାରଣ ସ୍ଥାନରେ ଅନୁମତି ଦିଆଯାଇ ନପାରେ ଏବଂ ଲୋକଙ୍କୁ କେବଳ ନିଜ ଘରେ ଏହି ଉତ୍ସବ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।” DDMA ଜାରି କରିଥିବା ନିର୍ଦ୍ଦେଶ କୁହାଯାଇଛି।

DDMA ନିର୍ଦ୍ଦେଶ ଅନୁଯାୟୀ, ତମ୍ବୁ, ପାଣ୍ଡାଲ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ଗଣେଶ ମୂର୍ତ୍ତି ସ୍ଥାପନ ହେବା ପ୍ରକ୍ରିୟା ଯେପରି ନହୁଏ ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.