Latest Odisha News

ରତ୍ନବେଦୀକୁ ଫେରିବେ ନୀଳାମୟ, କାଲି ସଂଧ୍ୟାରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଜନ୍ମବେଦୀରେ ନୀଳା ସାରି ରତ୍ନବେଦୀ ବାହୁଡିବେ ତିନି ଠାକୁର । ଏଥିପାଇଁ ଦକ୍ଷିଣ ମୋଡ ନେଇ ସାରିଲେଣି ରଥ । ଆଜି ସକାଳେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଥିବା ବେଳେ ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଛି ।ରଥାରୁଢ ହୋଇ ବାହୁଡାଯାତ୍ରା କରି ପୁଣି ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏନେଇ ଆସନ୍ତାକାଲି ଅର୍ଥାତ୍ ରବିବାର ସଂଧ୍ୟା ୫ଟାରୁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଏନେଇ ଜିଲ୍ଲାପାଳ କହିଛନ୍ତି, ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ପାଇଁ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ସନ୍ଧ୍ୟା ୫ଟା ଠାରୁ ସାଧାରଣ ଦର୍ଶନ ବନ୍ଦ କରାଯିବ ।

ସେପଟେ ଆଜି ବି ମହାବାହୁଙ୍କ ନୀତି ବିଳମ୍ବ ହୋଇଛି । ଏବେ ବିଳମ୍ବରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ଠାରୁ ଗୋପାଳ ବଲ୍ଲଭ ନୀତି ସବୁ ବିଳମ୍ବରେ ଅନୁଷ୍ଠିତ ହେଉଛି । ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଆଜି ବିଳମ୍ବରେ ଆଡପ ମହାପ୍ରସାଦ ବାହାରିପାରେ ।

Comments are closed.