Latest Odisha News

BREAKING NEWS

ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ, 4T ଉପରେ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ରୋଗୀ ସଂଖ୍ୟା କମୁଛି, ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବି କମୁଛି । ଯେଉଁ ପଦ୍ଧତିରେ କାର୍ଯ୍ୟ ହେଉଥିଲା ସେହିପରି କିଛି ଷ୍ଟ୍ରାଟେଜି ଆପଣାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସଂକ୍ରମଣକୁ ଦୃଷ୍ଟିରେ ରଖି 4T ଉପରେ ଗୁରୁତ୍ୱ ଦିଆଯିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯିବ । ଟିକାକରଣକୁ ବ୍ୟାପକ କରାଯିବା ସହ ସଂକ୍ରମଣର ଚେନକୁ ଭାଙ୍ଗିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

BjdElectrycity

ତାଙ୍କ ହିବା କଥା, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଆହୁରି କମିବା କଥା । ଯେହେତୁ ଏହି ସଂଖ୍ୟା କମୁନାହିଁ ତେଣୁ ସେ ଦିଗରେ ବିଚାର ଚାଲିଛି । ମୋଟ ଉପରେ ରାଜ୍ୟର କେଉଁ କେଉଁ ଜିଲ୍ଲାରେ କେମିତି ସ୍ଥିତି ରହିଛି ତାକୁ ଆକଳନ କରାଯାଇ ଅନଲକ୍ ନିଷ୍ପତ୍ତି ନିଆଯିବ । ୪ ରୁ ୫ ଜିଲ୍ଲାରେ ମାମଲା ଅଧିକ ରହୁଛି । ତେଣୁ ଏହାକୁ ରୋକିବାକୁ ହେଲେ ଟେଷ୍ଟିଂ ଓ ଟ୍ରାକିଂ ସହ ସଚେତନ ହେବା ଦରକାର ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.