Latest Odisha News

BREAKING NEWS

ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ କମ୍ପ୍ୟୁଟର ଜରିବରେ ଜିଲ୍ଲାପ୍ରଶାସନ ସହ ସେମାନଙ୍କ ଅଭିଯୋଗ ସମ୍ପର୍କରେ କଥା ହେବେ । ଏହି ଅବସରରେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ମହାମାରୀ କରୋନା ସମୟରେ ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Leave A Reply

Your email address will not be published.