Latest Odisha News

BREAKING NEWS

ନେତ୍ରବନ୍ଧ ଆଇରନ୍ ଓର୍ ଖଣି ଖନନ ପାଇଁ ପଲ୍ଲୀ ସଭା; ୩୦୦ରୁ ଉର୍ଦ୍ଦ୍ୱ ସ୍ଥାନୀୟ ନିଯୁକ୍ତି

କୋଇଡ଼ା: ନେତ୍ରବନ୍ଧ ଆଇରନ୍ ଓର୍ ଖଣି ରେ ଜେଏସଡବ୍ଲୁ ସହଯୋଗୀ ଭୂଷଣ ଷ୍ଟିଲ୍ ଏବଂ ପାୱାର ଲିମିଟେଡ ର ଖନନ ପାଇଁ ବୁଧବାର ବାଲାଡିହି ଗ୍ରାମରେ ପଲ୍ଲୀ ସଭା ବା ଜନ ଶୁଣାଣି ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଭାବିତ ଗ୍ରାମର ୫୦୦ ଜଣ ଏହି ସଭାରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଖଜୁରୀଡିହି, ସୋନୁଆ, ବୋଲଡିହି, ପଟ୍ଟାମୁଣ୍ଡା ୫୦ ଜଣ ଗ୍ରାମବାସୀ କମ୍ପାନୀ ପ୍ରକଳ୍ପ ସପକ୍ଷରେ ମତ ଦେଇଥିଲେ। ଡେପୁଟି ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ପ୍ରଦୀପ କୁମାର ଡାଂଗ, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଚେୟାରମ୍ଯାନ ସୁରେଶ ନାୟକ, ଆଂଚଳିକ ପ୍ରଦୂଷଣନିୟନ୍ତ୍ରଣ ଅଧିକାରୀ ବିନୋଦ ବିହାରୀ ଦାସ, ବୈଜ୍ଞାନିକ ବିଜୟ କୁମାର ଭୋଇ ପ୍ରମୁଖ ସଭାରେ ଯୋଗ ଦେଇଥିଲେ

ଏହି ପ୍ରକଳ୍ପ ରେ ଆଦୌ ବିସ୍ଥାପନ ହେବନି। ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅନୁଯାୟୀ ଖନନ ହେବ।ସ୍ଥାନୀୟ ଅଂଚଳର ଉନ୍ନତି ପାଇଁ ପୂର୍ବରୁଏବଂ ବର୍ତ୍ତମାନ ଯଥେଷ୍ଟ ପଦକ୍ଷେପ ନେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ପ୍ରଭାବିତ ଗ୍ରାମ ରେ ପଢା ଉପକରଣ ଯୋଗାଣ ସହ ଅଂଗନୱାଡିର ଉନ୍ନତୀକରଣ କରାଯାଇଛି। ଗ୍ରାମ ଗୁଡିକରେ ୩୦ ଟି ସୋଲାର୍ ଲାଇଟ୍ ଲାଗିଛିଏବଂ ଆହୁରି ୨୦୦ ଟି ଲାଗିବା ପ୍ରକ୍ରିୟାରେ ଅଛି।

କମ୍ପାନୀ ସେଠାରେ ଡିସ୍ପେନସାରୀ ସହ ପାନୀୟ ଜଳ ଯୋଗାଣ ବ୍ଯବସ୍ଥା କରୁଛି। ଏକ ଆମ୍ବୁଲାନ୍ସ ଯୋଗାଇବା ସହିତ ସବୁ ଗ୍ରାମରେ କୋର୍ଡିନେଟରନିଯୁକ୍ତ ହେବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବୈଠକ ରେ ଜେଏସଡବ୍ଲୁ ମୁଖ୍ଯ ପରିଚାଳନା ଅଧିକାରୀ ରଂଜନ ନାୟକ, ପ୍ରକଳ୍ପ ମୁଖ୍ଯ ଅଶେଷ କୁମାର ପାଢୀ, ପରିଚାଳନା ମୁଖ୍ଯ ବିଆରକେପାଢୀ ପ୍ରମୁଖ କମ୍ପାନୀ ପକ୍ଷରୁ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପରେ ପ୍ରତ୍ଯକ୍ଷ ୬୦ ଜଣ ଏବଂ ପରୋକ୍ଷ ରେ ୨୫୦ ଜଣ ନିଯୁକ୍ତି ସୁଯୋଗ ପାଇବେ।

Leave A Reply

Your email address will not be published.