Latest Odisha News

JSW ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତ, ଗଡ଼କୁଜଙ୍ଗରେ ପ୍ରଶାସନର ବୈଠକ

ପାରାଦୀପ : ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତାମତ । ଜିଲ୍ଲା ପ୍ରଶାସନ ପକ୍ଷରୁ ସିଧାସଳଖ ଲୋକଙ୍କ ମତ ନେବା ପାଇଁ ଗଡ଼କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବୈଠକ । ବୈଠକରେ ଗଡ଼କୁଜଙ୍ଗ ପଞ୍ଚାୟତର ବହୁ ମହିଳା ଓ ମୁରବୀ ସାମିଲ ହୋଇଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ, ଜିଲ୍ଲାପାଳ, ଏସପି, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କମ୍ପାନୀର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇଛନ୍ତି ଲୋକେ ।

କମ୍ପାନୀ ପକ୍ଷରୁ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ପାଖାପାଖି ୧୯୬ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଦକ୍ଷତା ବିକାଶ ପାଇଁ ୫୭ କୋଟି ଟଙ୍କା ଖର୍ଚ୍ଚ କରିବ କମ୍ପାନି । ସ୍ବାସ୍ଥ୍ୟ, ପିଇବା ପାଣି ଓ ହେନ୍ତାଳ ଜଙ୍ଗଲ ପାଇଁ କମ୍ପାନୀ ୫୨ କୋଟି ଟଙ୍କା ଖର୍ଚ୍ଚ କରିବ । ମାତ୍ର କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ପ୍ରତିଶ୍ରୁତି ଦେଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅନ୍ୟପଟେ କମ୍ପାନୀ କିନ୍ତୁ କହିଛି, ଯେତିକି ଦିଆଯାଉଛି ଲୋକେ ତା ଠାରୁ ଅଧିକ ଆଶା କରୁଛନ୍ତି । କମ୍ପାନୀ ସପକ୍ଷରେ ଲୋକଙ୍କ ମତ ରହିଛି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି । ଖୁବଶୀଘ୍ର ଅନ୍ୟ ୨ଟି ପଞ୍ଚାୟତରେ ମଧ୍ୟ ବୈଠକ କରାଯିବ ବୋଲି ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.