ଭୁବନେଶ୍ବର: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍। ପ୍ରଦୂଷଣ ଯାଞ୍ଚ ନ କରି ଯାନବାହନ ଉପରେ ମନମୁଖୀ ଜୋରିମାନା ଲାଗୁକୁ ଚ୍ୟାଲେଞ୍ଜ କରି କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ ପରିବହନ ସଚିବ ଏବଂ ରାଜ୍ୟ ପରିବହନ ପ୍ରାଧିକରଣ (STA) ବିଭାଗକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରା ଏକ ନୋଟିସ୍ ଜାରି କରାଯାଇଛି।
ଆବେଦନକାରୀମାନେ ଅଭିଯୋଗ କରିଥିଲେ ଯେ ଉପଯୁକ୍ତ ପ୍ରଦୂଷଣ ପରୀକ୍ଷା ବିନା ଚାଲାଣ ଜାରି କରାଯାଇଛି। ଯାହାକି ମୋଟର ଯାନ ଆଇନ ବ୍ୟବସ୍ଥାର ଉଲ୍ଲଂଘନ କରେ।
ଯାହାର ଜବାବରେ ହାଇକୋର୍ଟ ପରିବହନ ସଚିବ ଏବଂ STAକୁ ୧୫ ଦିନ ମଧ୍ୟରେ ସେମାନଙ୍କର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପରବର୍ତ୍ତୀ ଶୁଣାଣି ୩୦ ଜାନୁଆରୀ ୨୦୨୬କୁ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।
Comments are closed.