Latest Odisha News

ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି । ନବନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍ ପରିସରରେ ଏହି ଶୁଭ ଅନୁକୂଳ ପୂଜାର ଆୟୋଜନ କରାଯାଇଥିଲା । ପୂର୍ବ ଭାରତରେ ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାର ପ୍ରୟାସ ଆରମ୍ଭ କରିଛି ।

ନୂତନ ଜ୍ଞାନ କୌଶଳ ପର୍ଯ୍ୟବେଷିତ ଏବଂ ଉତମମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଉଦ୍ୟମ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ସୋଆ ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ସମ୍ ଅଲ୍ଟିମେଟ ଟିମ୍ ରେ ସାମିଲ୍ ଥିବା ସମସ୍ତ ଅଧିକାରୀ ଏବଂ କର୍ମକର୍ତାମାନଙ୍କର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସମ୍ ଅଲ୍ଟିମେଟ୍ ସି.ଇ.ଓ ଡ. ଶ୍ୱେତପଦ୍ମା
ଦାଶ ପୂଜାବିଧି ସମ୍ପନ୍ନ କରିଥିଲେ ।

ଶୁଭ ଅନୁକୂଳ ପୂଜାରେ ସମ୍ ଅଲ୍ଟିମେଟ୍ ସିଇଓ ଡ. ଶ୍ୱେତପଦ୍ମା ଦାଶ, ଚିଫ୍ (ମେଡିକାଲ୍ ସର୍ଭିସେସ୍ ) ବ୍ରିଗେଡିୟର୍ ଡ. ବିରାଜ ମୋହନ ମିଶ୍ର, ସୋଆ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ର ସୁପରିଟେଣ୍ଡେଂଟ୍ ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ ଅଲ୍ଟିମେଟ୍, ସମ୍ ହସ୍ପିଟାଲ୍ ଡାକ୍ତର, କର୍ମକର୍ତା, କର୍ମଚାରୀ ଏବଂ ସୋଆର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ନୂତନ ହସପିଟାଲ୍ର ଉନ୍ମୋଚନ ନିମନ୍ତେ ସମସ୍ତ ପ୍ରସ୍ତୁତ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଚାଲିଛି ।

Leave A Reply

Your email address will not be published.