ଲଣ୍ଡନ: ଚଳିତ କାଂଉଟି କ୍ରିକେଟରେ ଚେତେଶ୍ୱର ପୂଜାରାଙ୍କ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ୧୦ଟି ଇନିଂସରେ ୩ଟି ଦ୍ୱିଶତକ ମାରି ସାରିଲେଣି । ଏହା ବ୍ୟତୀତ ୧୭୦ ଓ ୧୦୯ ରନର ଇନିଂସ ମଧ୍ୟ ଖେଳିଛନ୍ତି । ୧୧୮ ବର୍ଷ ପରେ ସେ ସସେକ୍ସ ପକ୍ଷରୁ ଗୋଟିଏ ସିଜନରେ ୩ଟି ଦ୍ୱିଶତକ ମାରି ଇତିହାସ ରଚିଛନ୍ତି । ନିୟମିତ ଅଧିନାୟକ ଟମ ହେସ ଆହତ ହୋଇଥିବାରୁ ପୂଜାରାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଲଡ୍ସସରେ ଚାଲିଥିବା ଡିଭିଜନ-୨ କାଂଉଟି ମ୍ୟାଚରେ ସେ ମିଡିଲସେକ୍ସ ବିପକ୍ଷରେ ୪୦୩ ବଲରେ ୨୩୧ ରନର ଇନିଂସ ଖେଳିଥିଲେ । ଲର୍ଡସରେ କେଏସ ରଞ୍ଜିତ ସିଂ (୧୮୯୭ରେ ୨୬୦ ରନ)ଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଦ୍ୱିଶତକ ହାସଲ କରିଛନ୍ତି । ପୂଜାରା ଓଭରାଲ ୫ ଶତକ ମାରି ସାରିଛନ୍ତି । ଭାରତୀର ଏହି ବ୍ୟାଟ୍ସମ୍ୟାନ ଖରାପ ଫର୍ମ ଯୋଗୁ ସମାଲୋଚିତ ହୋଇଥିଲେ । ଫର୍ମ ସୁଧାରିବା ପାଇଁ ସେ କାଂଉଟି କ୍ରିକେଟ ଖେଳିବା ନିମନ୍ତେ ରାଜି ହୋଇଥିଲେ ଏବଂ ଏହା ତାଙ୍କ ଫର୍ମ ଫେରାଇବାରେ ସହାୟ ହୋଇଛି ।
BREAKING NEWS
- Prayagraj Magh Mela: ଲାଗିଛି ଭକ୍ତଙ୍କ ଭିଡ଼…ମକର ସଂକ୍ରାନ୍ତି ସ୍ନାନ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ, ୧ କୋଟିରୁ ଅଧିକ ଭକ୍ତ ହୋଇପାରନ୍ତି ଏକାଠି…
- Lingaraj Temple: ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ନୀତିରେ ବିଭ୍ରାଟ, ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର
- ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ, ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ସରକାରଙ୍କ ଚିଠି
- ବେଙ୍ଗାଲୁରୁରୁ-ପ୍ୟାରିସ ବିମାନରେ ଯାନ୍ତ୍ରିକ ତ୍ରୁଟି, ହନ୍ତସନ୍ତ ଯାତ୍ରୀ
- SIR ପାଇଁ ଓଡିଶା ପ୍ରସ୍ତୁତ: ସୃଷ୍ଟି ହେଲା ୭ହଜାର ନୂଆ ବୁଥ୍
- ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା
- ବାଣିଜ୍ୟ ଚୁକ୍ତିନାମା ନେଇ ଆମେରିକୀୟ ପ୍ରତିପକ୍ଷଙ୍କ ସହ କଥା ହେଲେ ଜୟଶଙ୍କର
- ଇରାନ ହିଂସାରେ ୨୦୦୦ ମୃତ
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
Comments are closed.