ଲଣ୍ଡନ: ଚଳିତ କାଂଉଟି କ୍ରିକେଟରେ ଚେତେଶ୍ୱର ପୂଜାରାଙ୍କ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ୧୦ଟି ଇନିଂସରେ ୩ଟି ଦ୍ୱିଶତକ ମାରି ସାରିଲେଣି । ଏହା ବ୍ୟତୀତ ୧୭୦ ଓ ୧୦୯ ରନର ଇନିଂସ ମଧ୍ୟ ଖେଳିଛନ୍ତି । ୧୧୮ ବର୍ଷ ପରେ ସେ ସସେକ୍ସ ପକ୍ଷରୁ ଗୋଟିଏ ସିଜନରେ ୩ଟି ଦ୍ୱିଶତକ ମାରି ଇତିହାସ ରଚିଛନ୍ତି । ନିୟମିତ ଅଧିନାୟକ ଟମ ହେସ ଆହତ ହୋଇଥିବାରୁ ପୂଜାରାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଲଡ୍ସସରେ ଚାଲିଥିବା ଡିଭିଜନ-୨ କାଂଉଟି ମ୍ୟାଚରେ ସେ ମିଡିଲସେକ୍ସ ବିପକ୍ଷରେ ୪୦୩ ବଲରେ ୨୩୧ ରନର ଇନିଂସ ଖେଳିଥିଲେ । ଲର୍ଡସରେ କେଏସ ରଞ୍ଜିତ ସିଂ (୧୮୯୭ରେ ୨୬୦ ରନ)ଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଦ୍ୱିଶତକ ହାସଲ କରିଛନ୍ତି । ପୂଜାରା ଓଭରାଲ ୫ ଶତକ ମାରି ସାରିଛନ୍ତି । ଭାରତୀର ଏହି ବ୍ୟାଟ୍ସମ୍ୟାନ ଖରାପ ଫର୍ମ ଯୋଗୁ ସମାଲୋଚିତ ହୋଇଥିଲେ । ଫର୍ମ ସୁଧାରିବା ପାଇଁ ସେ କାଂଉଟି କ୍ରିକେଟ ଖେଳିବା ନିମନ୍ତେ ରାଜି ହୋଇଥିଲେ ଏବଂ ଏହା ତାଙ୍କ ଫର୍ମ ଫେରାଇବାରେ ସହାୟ ହୋଇଛି ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.