Latest Odisha News

ଫଟୋସପ୍ ଠକ ନନା,ବୁଲାଇଲେ କଳାକନା

କେନ୍ଦ୍ରାପଡ଼ା: ଠକଙ୍କୁ ତ ଆପଣ ଦେଖିଥିବେ  । ଏବେ ଜଣେ ମହାଠକଙ୍କୁ ଦେଖନ୍ତୁ । ଲୋକଙ୍କୁ  ଠକି ଠକି ସେ କେମିତି ବନିଛନ୍ତି ମହାଠକ । ଠକାମୀର ସବୁ ସୀମା ପାର କରିଛନ୍ତି ଫଟୋସପ୍ ଠକ୍ ନନା । କୁଳ ପୁରହୀତ ଠକ ନନା  ଏମିତି ଠକିଛନ୍ତି ଯେ ଯଜମାନଙ୍କ କୁଳ ବୁଡ଼ାଇଦେଇଛନ୍ତି । ଯଜମାନଙ୍କୁ ବି ଛାଡିନାହାଁନ୍ତି ଫଟୋସପ ନନା । ନେତା ମନ୍ତ୍ରୀ ଙ୍କ ସହ ନିଜ ଫୋଟୋ କୁ ଏଡିଟିଂ କରି ନକଲି ଫୋଟୋ ବନେଇଲେ ଆଉ ଯାହାକୁ ନାଇ ତାଙ୍କୁ  ମିଛ ଲୋଭ ଦେଖାଇ ଠକି ଚାଲିଲେ । ଶେଷରେ ଯଜମାନଙ୍କୁ ଏମିତି ବିଶ୍ବାସ ଜଣାଇ ଲକ୍ଷାଧିକ ଟଙ୍କା ଲୁଟିନେଇଗଲେ । ଚାକିରି ଦେବାକୁ କହି ଘରେ କଳାକନା ବୁଲାଇଥିବା ଠକ ନନାଙ୍କ ବିଷୟରେ ଆସନ୍ତୁ ଜାଣିବା ।

BjdElectrycity

ଏ ହେଉଛନ୍ତି କେନ୍ଦ୍ରାପଡ଼ାର ଠକ ଫଟୋସପ ନନା ବାସୁଦେବ ପଣ୍ଡା । ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଛ ଫଟୋ ବନାଇଛନ୍ତି । ବରିଷ୍ଠ ରାଜନେତାଙ୍କ ଫଟୋରେ ନିଜ ଫଟୋ ଏଡିଟିଙ୍ଗ କରି ଲୋକଙ୍କୁ ବୋକା ବନାଇ ଟଙ୍କା ହଡ଼ପ କରିବାରେ ଲାଗିଛନ୍ତି । ଏମିତି ଅନେକ ଫଟୋରେ ସେ ନିଜ ଫଟୋକୁ ଏଡିଟିଙ୍ଗ କରି ଲୋକଙ୍କୁ ଭୂତେଇ ଚାଲିଥିଲେ । ଏଭଳି ଫଟୋ ଦେଖାଇ କାହାକୁ ଚାକିରୀ କରାଇ ଦେବାକୁ ତ ଆଉ କାହାକୁ ଭଲ ଚିକିତ୍ସା କରାଇ ଦେବାକୁ କହି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଠକ ନନାଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢୋଲ ଯମରା ଗାଁ ରେ । ପୂଜକ ନନା ବାସୁଦେବ ପଣ୍ଡା ଅନ୍ୟମାନଙ୍କୁ ତ ଠକୁଥିଲେ ହେଲେ ତାଙ୍କରି ଗାଁର ରବୀନ୍ଦ୍ର ସାହୁଙ୍କ ପୁଅକୁ ସେନାରେ ଚାକିରୀ କରାଇ ଦେବାକୁ କହି ଟଙ୍କା ଲୁଟିନେବା ପରେ ଏବେ ଧରାପଡିଯାଇଛନ୍ତି ।

ସୂଚନା ଅନୁସାରେ କୁଳ ପୁରାହିତ ତଥା ପୂଜକ ନନା ବାସୁଦେବ ପଣ୍ଡା ଟଙ୍କା ଠକିବାକୁ ପ୍ରଥମେ ଯୋଜନା କରିଥିଲେ । ଦୁଇ ମାସ ଭିତରେ ରେଳବାଇରେ ଚାକିରୀ ହୋଇଯିବ ବୋଲି ଯଜମାନଙ୍କ ପରିବାରକୁ ପ୍ରତିଶୃତି ଦେଇଥିଲେ । ପୁରହିତଙ୍କୁ ବିଶ୍ୱାସ କରି ରବୀନ୍ଦ୍ର ଘରର ସୁନା ଅଳଙ୍କାର ଆଉ ଜମିବାଡ଼ି ବିକ୍ରି କରି ବିଭିନ୍ନ ପର୍ଯ୍ୟାୟରେ ସମୁଦାୟ ପନ୍ଦର ଲକ୍ଷ ଟଙ୍କା ଦେଇଥିଲେ l ମାତ୍ର ଚାକିରୀ ନ ହେବାରୁ ଟଙ୍କା ଫେରସ୍ତ ମାଗିବାରୁ ପୁରୋହିତ ଆଉ ଧରlଛୁଆଁ ଦେଇନଥିଲେ । .

ସେହିଭଳି ନନାଙ୍କ ନାମରେ ଆଉ ଏକ ଗୁରୁତର ଅଭିଯୋଗ ରହିଛି । ଜମରା ଅଞ୍ଚଳର କରୁଣାକର ରଣାଙ୍କ ଭାଇକୁ ମେଡିକାଲ ନେଇ ଚୁନା ଲଗାଇ ଦେଇଛନ୍ତି ବାସୁଦେବ ନନା । ମିଛରେ ତାଙ୍କୁ ରକ୍ତ କର୍କଟ ହୋଇଥିବା କହିବା ସହ 65 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମିଛ କଥା ପରିବାରକୁ କହିଥିଲେ l ବାସୁଦେବଙ୍କ କଥାକୁ ବିଶ୍ୱାସ କରି ପରିବାର ପକ୍ଷରୁ ତାଙ୍କୁ 6 ଲକ୍ଷ ଟଙ୍କା ଦେଇଥିଲେ । ପରବର୍ତୀ ସମୟରେ ରକ୍ତ କର୍କଟ ହୋଇନାହିଁ ବୋଲି ଜଣା ପଡିବା ସହିତ ଠକାମୀର ଶିକାର ହୋଇଥିବା କରୁଣାକର ଜାଣିବାକୁ ପାଇଥିଲେ । ଏ ବିଷୟରେ ନନାଙ୍କୁ ପଚାରିବାରୁ ନନା ଜଣଙ୍କ ଓଲଟି ଧମକ ଦେଉଥିବା ନେଇ କରୁଣା କର ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି ।
ଖାଲି ଏତିକି ନୁହେଁ ନନା ଜଣଙ୍କ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏଭଳି ମିଛ ଫଟୋ ଦେଖାଇ ଲୋକଙ୍କୁ ଠକିଛନ୍ତି । ତେବେ ଏନେଇ ନିକିରେଇ ପୋଲିସ ନନାଙ୍କ ଠକାମି ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏତଲା ଦାୟର ହେବା ପରେ ପୁରୋହିତ ବାସୁଦେବ ପଣ୍ଡା ଫେରାର ହୋଇଯାଇ ଥିବା ସୂଚନା ମିଳିଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ନନା ଏମିତି କେତେ ଲୋକଙ୍କୁ ଠକିଛନ୍ତି ? ନନା ବାସୁଦେବ ପଣ୍ଡା ଏକା ଏମିତି ଲୋକଙ୍କୁ ଠକିଛନ୍ତି ନା ତାଙ୍କ ସହ ଆଉ କିଏ କିଏ ରହିଛନ୍ତି । ଫଟୋସପ କରି ଲୋକଙ୍କୁ ଠକିବା ପାଇଁ ତାଙ୍କୁ କିଏ ସବୁ ଏହି କାର୍ଯ୍ୟରେ ସହଯୋଗ କରୁଥିଲେ । ଏସବୁ ପୋଲିସ ତଦନ୍ତ ପରେ ଜଣାପଡିବ ।

Leave A Reply

Your email address will not be published.