Latest Odisha News

BREAKING NEWS

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା। ଆଫଗାନିସ୍ଥାନ ଓ ତାଲିବାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ବଳି ପଡିଲେ ଭାରତୀୟ ଫଟୋଗ୍ରାଫର ଦାନିଶ। ଫଟୋଗ୍ରାଫିରେ ସେ ପୁଲିଟଜର୍‌ ପୁରସ୍କାର ପାଇଛନ୍ତି। ଦାନିଶ ସିଦ୍ଦିକି ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କଭର୍‌ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା।

ଆଫଗାନିସ୍ତାନର ରାଷ୍ଟ୍ରଦୂତ ଟୁଇଟ୍‌ କରି କହିଛନ୍ତି ଯେ, “ଗତକାଲି ରାତିରେ କାନ୍ଦାହାରରେ ଜଣେ ବନ୍ଧୁ ଦାନିଶ୍ ସିଦ୍ଦିକିଙ୍କ ହତ୍ୟା ଖବର ଅତ୍ୟନ୍ତ ଦୁଃଖଦାୟକ ଥିଲା। ଭାରତୀୟ ସାମ୍ବାଦିକ ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଜଡିତ ହୋଇଥିଲେ। ତାଙ୍କ ସହିତ କାବୁଲ ଯିବାର ୨ ସପ୍ତାହ ପୂର୍ବରୁ ଭେଟ ହୋଇଥିଲା ବୋଲି ସେ କହିଥିଲେ।  ତାଙ୍କ ପରିବାରକୁ ମୋର ସମବେଦନା।”

ସିଦ୍ଦିକି ମୁମ୍ବାଇର ବାସିନ୍ଦା ଥିଲେ। ସେ ରିୟୁଟର୍ସ ନ୍ୟୁଜ୍ ଏଜେନ୍ସିର ଫଟୋଗ୍ରାଫି କର୍ମଚାରୀ ଥିଲେ। ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ଯୋଗୁ ସେ ପୁଲିଟ୍‌ଜର ପୁରସ୍କାର ମଧ୍ୟ ପାଇଥିଲେ। ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ସେ ୨୦୦୭ରେ ଜାମିଆର ଏଜେକେ ମାସ୍‌ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟରରୁ ମାସ କମ୍ୟୁନିକେସନ୍‌ରେ ଡିଗ୍ରୀ ହାସଲ କରିଥିଲେ। ସେ ଟେଲିଭିଜନ୍ ନ୍ୟୁଜ୍ ସମ୍ବାଦଦାତା ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଫଟୋଗ୍ରାଫ୍ ସାମ୍ବାଦିକତାକୁ ଯାଇଥିଲେ। ୨୦୧୦ରେ ସେ ରିୟୁଟର୍ସରେ ଯୋଗ ଦେଇଥିଲେ।

Comments are closed.