Latest Odisha News

ରାହୁଲ-ଆଥିୟାଙ୍କ ଯୋଡି ସୁନୀଲଙ୍କ ପସନ୍ଦ!

ନୂଆଦିଲ୍ଲୀ: ସୁଲିନ୍ ଶେଟ୍ଟୀଙ୍କ ଝିଅ ଆଥି୍ୟା ଏବଂ କ୍ରିକେଟର କେଏଲ୍‌ ରାହୁଲଙ୍କୁ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ‌ରାହୁଲଙ୍କ ଲେଡିଲଭ୍‌ ହେଉଛନ୍ତି ଆଥିୟା। ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ନିକଟରେ ଉଭୟ ସୋସିଆଲ୍‌ ମିଡିଆରେ ପୃଥକ୍‌ ଫଟୋ ସେୟାର୍‌ କରିଥିଲେ। ଏହି ଫଟୋଟି ଲଣ୍ଡନରେ ଉଠାଯାଇଥିଲା। ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଲାଗି ଭାରତୀୟ କ୍ରିକେଟରଙ୍କ ସହ ରାହୁଲ ଲଣ୍ଡନରେ ଥିବା ବେଳେ ଆଥିୟା ମଧ୍ୟ ସେଠାରେ ଥିବା ଜଣାପଡ଼ିଥିଲା। ତେବେ ଆଥିୟା ଲଣ୍ଡନରେ କଣ କରୁଛନ୍ତି ଏ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା।

ତେବେ ସମ୍ପର୍କକୁ ଆନୁଷ୍ଠାନିକ ଭାବେ ଉଭୟ ସ୍ବୀକାର କରିନଥିଲେ ମଧ୍ୟ ବାପା ସୁନୀଲ ଶେଟ୍ଟୀଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଥିଆ ଏବଂ କ୍ରିକେଟର କେ.ଏଲ୍ ରାହୁଲଙ୍କ ଯୋଡିକୁ ଏକ ସୁନ୍ଦର ଯୋଡି ବୋଲି କହିଛନ୍ତି ସୁନୀଲ୍‌।

ଉଭୟ ଆଥିୟା ଏବଂ ରାହୁଲ ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। ଆଥିୟା ଇଂଲଣ୍ଡରେ ଅଛନ୍ତି ବୋଲି ସୁନୀଲ ଶେଟ୍ଟୀ ନିଶ୍ଚିତ କରିଛନ୍ତି କିନ୍ତୁ ସେ ତାଙ୍କ ଭାଇ ଆହାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି। ସେଠାକୁ ଭାଇ-ଭଉଣୀ ଛୁଟି କଟାଇବାକୁ ଯାଇଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.